ଖେଳରତ୍ନ ପୁରସ୍କାର ଫେରାଇବାକୁ ଧମକ ଦେଲେ ବକ୍ସର ବିଜେନ୍ଦର ସିଂ

ନୂଆଦିଲ୍ଲୀ,୬।୧୨: ଦିଲ୍ଲୀ-ହରିୟାଣା ସୀମାରେ ଚାଲିଥିବା କୃଷକ ଆନ୍ଦୋଳନରେ ରବିବାର ସାମିଲ ହୋଇଛନ୍ତି ଅଲିମ୍ପକ୍‌ ପଦକ ବିଜେତା ହରିୟାଣର ବକ୍ସର ବିଜେନ୍ଦର ସିଂ । ଆୟୋଳନରତ କୃଷକଙ୍କୁ ରବିବାର ଭେଟଛନ୍ତି ବିଜେନ୍ଦର। ସେ ନୂଆ କୃଷି ଆଇନକୁ ବିରୋଧ କରିବା ସହ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି। ଏଭଳି ନ ହେଲେ ସେ ପାଇଥିବା ରାଜିବ ଗାନ୍ଧୀ ଖେଳରତ୍ନ ପୁରସ୍କାର ଫେରାଇ ଦେବେ ବୋଲି ଧମକ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ପକ୍ଷରୁ ଛିଡ଼ା ହୋଇଥିଲେ ବିଜେନ୍ଦର। ୨୦୦୮ ବେଜିଂ ଅଲିମ୍ପିକ୍ସର ବକ୍ସିଂ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିବାର ପରବର୍ଷ ହିଁ ଏହି ହରିୟାଣା ବକ୍ସରଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ୨୦୦୯ରେ ବିଶ୍ୱ ଚାମ୍ପିୟନ୍‌ଶିପ ଓ ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ବ୍ରୋଞ୍ଜ ପଦକ ପାଇଥିଲେ। ୨୦୧୫ରୁ ସେ ପେସାଦାର ବକ୍ସର ଭାବେ କ୍ୟାରିୟର ଆରମ୍ଭ କରିଥିବା ବିଜେନ୍ଦର ଏପର୍ଯ୍ୟନ୍ତ ଅପରାଜେୟ ଅଛନ୍ତି।

Share