Advertisement
Categories: ଜାତୀୟ

କୁକୁର କିଣାକୁ ନେଇ ଦୁଇ ପକ୍ଷ ମୁହାଁମୁହିଁ, ପରିଣାମ ହେଲା ଏମିତି

ବିଜନୋର,୨୯।୭: ଉତ୍ତରପ୍ରଦେଶ ବିଜନୋରରେ କୁକୁର କିଣାକୁ ନେଇ ଦୁଇ ପକ୍ଷ ମୁହାଁମୁହିଁ ହୋଇଛନ୍ତି। ବିବାଦ ଏତେ ବଢି ଯାଇଥିଲା ଯେ ଉଭୟ ପକ୍ଷ ଗୁଳି ବିନିମୟରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି। ଧାମପୁରର ପାଦଲି ମାଣ୍ଡୁ ଗ୍ରାମରେ ଏଭଳି ଘଟଣା ଘଟିଛି। ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଚଢାଉ ଆରମ୍ଭ କରିଛି। ସୂଚନାନୁସାରେ, ମଙ୍ଗଳବାର ରାତିରେ କୁକୁର କିଣିବା ନେଇ ବିବାଦ ଦେଖାଦେଇଥିଲା। ଏହି ସମୟରେ ଗୋଟିଏ ପକ୍ଷର ରାହଗୀର ପ୍ରଶାନ୍ତ ଗୁଳିରେ ପ୍ରାଣ ହରାଇଥିବା ବେଳେ ତାଙ୍କ ମାମୁଁ ସୁରେନ୍ଦ୍ର ଗୁରୁତର ଆହତ ହୋଇଥିଲେ। ଏହି ସମୟରେ ଅନ୍ୟ ପକ୍ଷର କେହର ସିଂଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଉଭୟ ପକ୍ଷ ବିରୋଧରେ ଏଫଆଇଆର୍‌ ପଞ୍ଜୀକୃତ କରିଛି ଏବଂ ପଳାତକ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share