ମସିହା ୧୯୧୬ ମାର୍ଚ୍ଚ ୫ , କଟକର ତୁଳସୀ ପୁର ଠାରେ ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ମାତା ଆଶାଲତା ପଟ୍ଟନାୟକଙ୍କ କୋଳରେ ତୃତୀୟ ସନ୍ତାନ ଭାବେ ଜନ୍ମ ନିଅନ୍ତି ଶ୍ରୀ ବିଜୟାନନ୍ଦ ପଟ୍ଟନାୟକ, ବିଜୁ ପଟ୍ଟନାୟକ , ବିଜୁ ପଟ୍ଟନାୟକ ଖାଲି ଏକ ନାମ ନୁହେଁ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ । ଉଭୟ କେନ୍ଦ୍ର ଓ ରାଜ୍ୟ ରାଜନୀତିରେ ଏକ ଆକର୍ଷଣୀୟ ଓ ଘଟଣା ବହୁଳ ବ୍ୟକ୍ତିତ୍ୱ । ସେ ଏକା ଧାରରେ ଜଣେ ବିଚକ୍ଷଣ ରାଜନେତା, ସ୍ୱାଧୀନତା ସଂଗ୍ରାମୀ ଓ ଦୁର୍ଦ୍ଧଶ ବିମାନ ଚାଳକ ।