ଖରସ୍ରୋତାରେ ନିର୍ମାଣ ହେବ ବିଜୁ ସେତୁ

ରସୁଲପୁର,୨୧।୮(ରଂଜିତ ରାଉତ):ରସୁଲପୁର ଓ କୋରେଇ ବ୍ଲକର ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତକୁ ସଂଯୋଗୀକରଣ ନିମନ୍ତେ ଖରସ୍ରୋତା ନଦୀରେ ଏକ ବିଜୁ ସେତୁ ନିର୍ମାଣ ପାଇଁ ଦୀର୍ଘଦିନରୁ ଦାବି ହୋଇଆସୁଛି। ଉକ୍ତ ଦାବି ମୁତାବକ ରାଜ୍ୟ ସରକାରଙ୍କ ପକ୍ଷରୁ ବରେଇ-ତଣ୍ଡରା ସହ ଭୋଟକା ପଞ୍ଚାୟତକୁ ସଂଯୋଗ କରିବା ପାଇଁ ସେତୁକୁ ମଞ୍ଜୁରୀ ମିଳିଛି। ପୋଲର ଆବଶ୍ୟକତା ଓ ଅଞ୍ଚଳବାସୀଙ୍କ ଦାବି ମୁତାବକ ତତ୍କାଳୀନ ମନ୍ତ୍ରୀ କଳ୍ପତରୁ ଦାସଙ୍କ ପକ୍ଷରୁ ସେତୁ ନିର୍ମାଣ ପାଇଁ ନକ୍ସା ପ୍ରସ୍ତୁତ କରାଯାଇଥିଲା। ତଦ୍‌ନୁଯାୟୀ କଳ୍ପତରୁ ଖରସ୍ରୋତାରେ ଏକ ବିଜୁ ସେତୁ ନିର୍ମାଣ ପାଇଁ ସରକାରଙ୍କ ସମ୍ମୁଖରେ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଉକ୍ତ ପ୍ରସ୍ତାବ ଏବେ କାର୍ଯ୍ୟକାରୀ ହେବାକୁ ଯାଉଛି। ଏନେଇ ଅର୍ଥ ମଞ୍ଜୁର ହୋଇସାରିଛି। ପୋଲ ନିର୍ମାଣ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି କୁହାଯାଉଛି। ତେବେ ପୋଲ ନିର୍ମାଣ ପାଇଁ ପ୍ରସ୍ତାବିତ ମୂଳ ସ୍ଥାନରେ ପରିବର୍ତ୍ତନ ଅଣାଯାଇଛି। ଯାହାକୁ ନେଇ ନଦୀର ଉଭୟ ପାର୍ଶ୍ୱରେ ବସବାସ କରୁଥିବା ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପୂର୍ବ ପ୍ରସ୍ତାବିତ ବରେଇ-ତଣ୍ଡରା ସହ ଭୋଟକା ପଞ୍ଚାୟତର ମା’ହିଙ୍ଗୁଳାଙ୍କ ପୀଠ ବଇଞ୍ଚ ପଡ଼ିଆକୁ ସଂଯୋଗ କରୁଥିବା ସ୍ଥାନରେ ପୋଲ ନିର୍ମାଣ ପାଇଁ ଦାବି ହୋଇଛି। ଏନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ କୋରେଇ ବିଧାୟକ ଆକାଶ ଦାସନାୟକଙ୍କ ସହ ଆଲୋଚନା କରିଛନ୍ତି। ଏଥିସହିତ ପୋଲ ନିର୍ମାଣ ସ୍ଥାନରେ ପରିବର୍ତ୍ତନ କରିବା ପାଇଁ ପ୍ରଶାସନିକସ୍ତରରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।
ଯାଜପୁର ପୂର୍ତ୍ତ ବିଭାଗ ଅଧୀନରେ ପୋଲ ନିର୍ମାଣ ପାଇଁ ୧୦୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମଞ୍ଜୁର ହୋଇଛି। ଏହି ପୋଲ ନିର୍ମାଣ ପାଇଁ ପରିକଳ୍ପନା କରାଯାଇଥିଭା ସମୟରେ ତାର ବାମପାର୍ଶ୍ୱ ମୁଣ୍ଡ ବରେଇ ଗ୍ରାମକୁ ସଂଯୋଗ କରୁଥିବାବେଳେ ଡାହାଣ ପାର୍ଶ୍ୱ ମୁଣ୍ଡ ଭୋଟକା ପଞ୍ଚାୟତର ମା’ ହିଙ୍ଗୁଳା ପୀଠକୁ ସଂଯୋଗ କରିବାକୁ ପ୍ରସ୍ତାବ ରହିଥିଲା। ମା’ ହିଙ୍ଗୁଳା ହେଉଛନ୍ତି ବରେଇ ଓ ତଣ୍ଡରା ଗ୍ରାମବାସୀଙ୍କ ଆରାଧ୍ୟ ଦେବୀ। ଏହି ପୀଠକୁ ଯାତାୟାତରେ ଖରସ୍ରୋତା ନଦୀ ବାଧକ ସାଜିଥିଲା। ଏହାଛଡ଼ା ଯାଜପୁର ଜିଲାର ଶିଳ୍ପାଞ୍ଚଳ କଳିଙ୍ଗନଗରକୁ ଯାତାୟାତ କରିବାରେ ଅଞ୍ଚଳବାସୀଙ୍କୁ ନାନା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିଲା। ଦେବୀ ମା’ ହିଙ୍ଗୁଳାଙ୍କ ଭଉଣୀ କୋରେଇ ବ୍ଲକ ଖମଣ ପଞ୍ଚାୟତର ଶଙ୍ଖଚିଲାଠାରେ ପୂଜା ପାଉଛନ୍ତି। ସେ ସ୍ଥାନକୁ ଯାତାୟାତ ପାଇଁ ପୋଲ ବିଶେଷ ଉପଯୋଗୀ ହେବ। ଯାଜପୁରରୋଡ୍‌ରୁ କଟକ ଯିବାରେ ପୋଲ ବହୁ ସହାୟକ ହେବ। ଏମିତି କି ପୂର୍ବ ପ୍ରସ୍ତାବିତ ସ୍ଥାନରେ ପୋଲ ନିର୍ମାଣ ହେଲେ କଟକ-ଯାଜପୁରରୋଡ୍‌ ରାସ୍ତା ୧୦ କି.ମି. କମ୍‌ ହୋଇଯିବ ବୋଲି କୁହାଯାଉଛି। ମାତ୍ର ରାଜନୈତିକ ଅଭିସନ୍ଧି ରଖି ପୂର୍ବ ପ୍ରସ୍ତାବିତ ସ୍ଥାନରେ ପରିବର୍ତ୍ତନ ଅଣାଯାଇ ପୋଲର ଡାହାଣ ପାର୍ଶ୍ୱକୁ କଇଞ୍ଚି ଗାଁକୁ ସଂଯୋଗ କରିବାକୁ ସ୍ଥିର କରାଯାଇଛି। ଏ ସମ୍ପର୍କରେ ଅବଗତ ହେବା ପରେ ଗ୍ରାମବାସୀ ପ୍ରତିକ୍ରିୟାଶୀଳ ହେବା ସହ ପୂର୍ବ ସ୍ଥାନରେ ପୋଲ ନିର୍ମାଣ କରିବାକୁ ଦାବି କରୁଛନ୍ତି। ପୋଲ ନିର୍ମାଣ ପାଇଁ ସ୍ଥିରୀକୃତ ସ୍ଥାନରେ କେବଳ ଗୋଟିଏ ଗାଁ ଲୋକଙ୍କ ଉପକୃତ ହେବାକୁ ଗୁରୁତ୍ୱ ଦିଆଯାଇଛି। ଏହାକୁ ବାତିଲ କରାଯାଇ ପୂର୍ବ ପ୍ରସ୍ତାବିତ ସ୍ଥାନକୁ ସର୍ଭେ କରାଯାଇ ପୋଲ ନିର୍ମାଣ କରାଗଲେ ଲୋକଙ୍କ ଦୀର୍ଘଦିନର ଦାବିପୂରଣ ହୋଇପାରିବ। ଅନ୍ୟପକ୍ଷରେ ନଦୀ ଉଭୟ ପାର୍ଶ୍ୱରେ ବସବାସ କରୁଥିବା ଜନସାଧାରଣଙ୍କ ମତାମତ ଓ ଗ୍ରାମସଭା ଜରିଆରେ ପ୍ରସ୍ତାବ ଗ୍ରହଣ କରାଯାଇ ପୋଲ ନିର୍ମାଣ ସ୍ଥାନ ସ୍ଥିର କରାଯିବାକୁ ଦାବି କରାଯାଇଛି। ଏହା ନ ହେଲେ ପୋଲ ନିର୍ମାଣର ଅସଲ ଉଦେଶ୍ୟପୂରଣ ହୋଇପାରିବ ନାହିଁ ବୋଲି ବରେଇ-ତଣ୍ଡରା, ଭୋଟକା, ରସୁଲପୁର, ଗନ୍ଧଣ, ବଡ଼ବିରୁଆଁ ଓ ଗୋଳେଇପୁର ଆଦି ପଞ୍ଚାୟତର ଜନସାଧାରଣ ମତ ରଖିଛନ୍ତି। ଲୋକଙ୍କ ଦାବିକୁ ଅଣଦେଖା କରାଗଲେ ସେମାନେ ଆଇନର ଆଶ୍ରୟ ନେବାକୁ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ଖରାପ: ଚିକିତ୍ସାଳୟକୁ ଯିବା ପୂର୍ବରୁ ଆମ୍ବୁଲାନ୍ସରେ ପ୍ରସବ କଲେ ଗର୍ଭବତୀ ମହିଳା

ଗଜପତି୨୩।୯(ଗିରିଧାରୀ ପରିଛା): ରାସ୍ତା ଖରାପ ଥିବାରୁ ହସପିଟାଲରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଶେଷରେ ଆମ୍ବୁଲାନ୍ସରେ ହିଁ ପ୍ରସବ କଲେ ଗର୍ଭବତୀ ମହିଳା। ଏମିତି ଏକ ଅଭାବନୀୟ...

ଏଏନଏମଙ୍କୁ ମରଣାନ୍ତକ ଆକ୍ରମଣ ପରେ ନିଜେ ଆତ୍ମହତ୍ୟା କଲେ ପୁରୁଷ ବନ୍ଧୁ, କାରଣ ଖୋଜୁଛି ପୋଲିସ

ବାଲିଗୁଡ଼ା, ୨୩।୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ଥାନା କୁଡ଼ୁତୁଲିରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଏଏନଏମଙ୍କୁ...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ: ଖୋଜୁଛି ପୋଲିସ

ଦିଗପହଣ୍ଡି,୨୩ା୯(ଅଶେଷ ନାଥ ମିଶ୍ର)-ଦିଗପହଣ୍ଡି ଥାନା ଅଞ୍ଚଳରେ ଜଣେ ୮ମ ଶ୍ରେଣୀରେ ପଢୁଥିବା ନାବାଳିକା ଛାତ୍ରୀଙ୍କୁ ଯୁବକ ବଳିଅର ବାଡ଼ତ୍ୟା ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି।...

ଶୋଇଥିବାବେଳେ କାମୁଡିଲା ସାପ: ଗାଁକୁ ରାସ୍ତା ନ ଥିବାରୁ ଚାଲିଗଲା ଜୀବନ

ବାଲିଗୁଡା, ୨୩।୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଥାନା ଅନ୍ତର୍ଗତ ମିଡିଆକିଆ ପଞ୍ଚାୟତର ଡଙ୍ଗାମିଲା ଗ୍ରାମର ଉଷପ ମଲ୍ଲିକ (୩୫) ରବିବାର ରାତିରେ...

ପଦ୍ମପୁରକୁ ନୂତନ ବ୍ଲକ ଗଠନ ପାଇଁ ଦାବି: ଶୁଣିନଥିଲେ ପୂର୍ବ ସରକାର, ଏବେ ମୁଖ୍ୟମନ୍ତ୍ରୀକୁ ପୁଣି ଦେଲେ ଦାବିପତ୍ର

କେନ୍ଦୁଝର,୨୩।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁରକୁ ନୂତନ ବ୍ଲକ ଗଠନ ମାନ୍ୟତା ଦାବିରେ ଶକ୍ତି ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ...

ମନ୍ତ୍ରୀଙ୍କ ବଡ଼ ଘୋଷଣା: ଜିଲାସ୍ତରରେ ଖୋଲିବ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ କ୍ୟାମ୍ପ

ଭୁବନେଶ୍ୱର,୨୩।୯- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ସୋମବାର ଅଭିଯୋଗ ଶୁଣାଣି ହୋଇଛି। ସୋମବାର ପୂର୍ବାହ୍ନ ୧୧ଟାରୁ ୟୁନିଟ-୫ ର ସରକାରୀ...

ସ୍ତ୍ରୀ ହତ୍ୟାକାରୀ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୨୩।୯(ସୁବାସ ଚନ୍ଦ୍ର ପାଢ଼ୀ): ନିମଖଣ୍ଡି ଥାନା ଅନ୍ତର୍ଗତ ୨୦୨୩ ମେ ୨୬ ତାରିଖ ଜଗଦଳପୁର ଗ୍ରାମର ଜି.ଲକ୍ଷ୍ମୀ ପାତ୍ର (୩୮)ଙ୍କ ମୃତଦେହ ଗାଁ ଶ୍ମଶାନରୁ ଜବତ...

ଅନୁପସ୍ଥିତ ଥିଲେ ସିଡିପିଓ, ଛତୁଆ କେନ୍ଦ୍ରରେ ହଠାତ୍‌ ପହଞ୍ଚିଲେ ଉପଜିଲାପାଳ, ଆଉ ତା’ପରେ…

କୋକସରା,୨୩।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ରାଜ୍ୟରେ ଗର୍ଭବତୀ, ଶିଶୁ, କିଶୋରୀ ବାଳିକାଙ୍କୁ କୁପୋଷଣ, ଅପପୃଷ୍ଟିରୁ ରୋକିବା ପାଇଁ ବିଗତ ରାଜ୍ୟ ସରକାରଙ୍କ ପକ୍ଷରୁ ଛତୁଆ ଯୋଜନା ଆରମ୍ଭ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri