Categories: ରାଜ୍ୟ

ନୟାଗଡରେ ଶୁଭାରମ୍ଭ ହେବ ବିଜୁ ସ୍ବାସ୍ଥ୍ୟସ୍ମାର୍ଟ ହେଲ୍‌ଥ କାର୍ଡ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ନୟାଗଡ ଜିଲାରେ ବିଜୁ ସ୍ବାସ୍ଥ୍ୟସ୍ମାର୍ଟ ହେଲ୍‌ଥ କାର୍ଡର ଶୁଭାରମ୍ଭ କରିବେ । ଭିଡିଓ କନଫରେସିଂ ଜରିଆରେ ଜିଲାବାସୀଙ୍କୁ ଏହି କାର୍ଡ ବାଣ୍ଟିବାର ସୂଚନା ରହିଛି।

୨ ଲକ୍ଷ ୨୪ ହଜାର ୩୬୮ଟି ପରିବାରର ୭ ଲକ୍ଷ ୭୩ ହଜାର ୧୮୩ ହିତାଧିକାରୀ ଏଥିରେ ଉପକୃତ ହେବେ । ଏଥି ସହ ୧୦୦୦ କୋଟି ଟଙ୍କାରୁ ଊଦ୍ଧର୍‌ବ ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଏବଂ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନର ମଧ୍ୟ କାର୍ଯ୍ୟକ୍ରମ ରହିଛି l ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି l

 

Share