ବିଜୁ ମାର୍କେଟ ଦୋକାନ ଘରେ ଗୋଦାମ

ନୟାଗଡ଼ ଅଫିସ,୧୮ା୧୦: ନୟାଗଡ଼ ସହର ବିଜୁ ମାର୍କେଟର ଦୋକାନ ଘରେ ଗୋଦାମ ସଂଖ୍ୟା ବଢ଼ିବା ପରେ ଖୁଚୁରା ବ୍ୟବସାୟୀ ଚିନ୍ତାରେ ଅଛନ୍ତି। ସେମାନଙ୍କ ବ୍ୟବସାୟ ଦିନକୁ ଦିନ କମିବାରେ ଲାଗିଛି। ପୁଣି ବଜାରରେ ପାର୍କିଂ ବ୍ୟବସ୍ଥା, ଦୋକାନୀ ଓ ଗ୍ରାହକଙ୍କ ପାଇଁ ଶୌଚାଳୟ, ପରିସ୍ରାଗାର ପରି ସର୍ବନିମ୍ନ ସୁବିଧା ଉପଲବ୍ଧ ନାହିଁ। ଗୋଦାମ ହଟାଇବା ଓ ସର୍ବନିମ୍ନ ସୁବିଧା ଯୋଗାଇବା ନେଇ ସେମାନେ ବିଭିନ୍ନ ସମୟରେ ପୌର ନିର୍ବାହୀ ଅଧିକାରୀ ଓ ଜିଲାପାଳଙ୍କୁ ଅବଗତ କରାଇଥିଲେ ମଧ୍ୟ ସୁଫଳ ପାଇନାହାନ୍ତି। ଏବେ ପୁଣି ଥରେ କେତେଜଣ ବ୍ୟବସାୟୀ ଜିଲାପାଳ ଓ ନିର୍ବାହୀ ଅଧିକାରୀଙ୍କୁ ଭେଟି ବଜାରର ସମସ୍ୟା ଅବଗତ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ସୂଚନା ଅନୁସାରେ ଉଠାଦୋକାନୀଙ୍କ ସଂଖ୍ୟା ହ୍ରାସ, ବେକାରଙ୍କୁ କର୍ମନିଯୁକ୍ତି ଦେବା ଓ ଟ୍ରାଫିକ ସମସ୍ୟା ଏଡାଇବା ପାଇଁ ପ୍ରାୟ ୨୦ବର୍ଷ ତଳେ ନୟାଗଡ଼ ଏନ୍‌ଏସି ପକ୍ଷରୁ ବିଜୁ ମାର୍କେଟ କରାଯାଇ ୧୦୦ରୁ ଊର୍ଦ୍ଧ୍ୱ ଦୋକାନ ଘର ଲିଜ୍‌ ସୂତ୍ରରେ ଦିଆଯାଇଥିଲା। ଏ ବାବଦରେ ପ୍ରତି ମାସରେ ଏନ୍‌ଏସି ଭଡ଼ା ଆଦାୟ କରୁଥିଲା। ତେବେ ଦୋକାନ ନିର୍ମାଣ ସମୟରେ ଶୌଚାଳୟ, ପରିସ୍ରାଗାର, ପାର୍କିଂ ବ୍ୟବସ୍ଥା କରାଯାଇ ନ ଥିଲା। ୨୦ବର୍ଷ ପରେ ବି ଏହି ସୁବିଧା କରାଯାଇ ନାହିଁ। ଏହି ବଜାରରେ ଗୋଦାମ ଘର ଅଧିକ ଓ ଦୋକାନ ସଂଖ୍ୟା କମିଚାଲିଛି। ମାଲିକମାନେ ଗୋଦାମରୁ ଅଧିକ ଭଡ଼ା ପାଉଥିବାରୁ ଦୋକାନ ପାଇଁ ଭଡ଼ା ନ ଦେଇ ଗୋଦାମକୁ ଭଡ଼ା ଦେଉଛନ୍ତି। ଏହା ଦ୍ୱାରା ଲିଜ୍‌ ନେଇଥିବା ମାଲିକମାନେ ଲାଭରେ ରହୁଥିବାବେଳେ ହାତଗଣତି ଯେଉଁ ଦୋକାନୀ ଅଛନ୍ତି ସେମାନଙ୍କ ବ୍ୟବସାୟ କମିବାରେ ଲାଗିଛି। ଗୋଦାମ ହେବାରୁ ବଜାର ରାସ୍ତାରେ ଯାନବାହନ ରହି ସବୁବେଳେ ଜାମ୍‌ ରହୁଛି। ଫଳରେ ଗ୍ରାହକମାନେ ବଜାର ଭିତରକୁ ଆସିବାରେ ହଇରାଣ ହେଉଛନ୍ତି। ପୁଣି ବର୍ଷା ହେଲେ ବଜାର ପରିସର କର୍ଦ୍ଦମାକ୍ତ ହୋଇପଡୁଛି। ସେହିପର ସିମେଣ୍ଟ ପ୍ଲାଷ୍ଟର ଖସିବା ଦ୍ୱାରା ଦୋକାନ ଘରଗୁଡିକ ଅସୁରକ୍ଷିତ ହୋଇ ପଡିଲାଣି। ଇତିମଧ୍ୟରେ ନୟାଗଡ଼ ଏନ୍‌ଏସି ମ୍ୟୁନିସିପାଲିଟି ହୋଇସାରିଲାଣି। ତେବେ ବିଜୁ ମାର୍କେଟର ପରିବର୍ତ୍ତନ ହେଲା ନାହିଁ। ଜଣେ ଦୋକାନୀ ନିଜ ନଁା ଗୋପନ ରଖି କହିଛନ୍ତି, ୧୦୫ଟି ଘରକୁ ଦୋକାନ ପାଇଁ ଲିଜ୍‌ ଦିଆଯାଇଛି। ଏଥିରୁ ୧୫ ପ୍ରତିଶତ ବ୍ୟକ୍ତି ନିଜେ ମାଲିକ ହୋଇ ଦୋକାନ କରିଛନ୍ତି। ଆଉ ୩୫ ପ୍ରତିଶତ ଲୋକ ଦୋକାନକୁ ଭଡ଼ା ଦେଇଛନ୍ତି। ବଳକା ୫୦ ପ୍ରତିଶତ ଘର ଗୋଦାମ ହୋଇଛି। ଗୋଦାମ କଲେ ଦେଢ଼ ହଜାରରୁ ସାଢ଼େ ୩ ହଜାର ଟଙ୍କା ଭଡ଼ା ମିଳୁଛି। କିନ୍ତୁ ଦୋକାନ ହେଲେ ୧ ହଜାରରୁ ଅଢ଼େଇ ହଜାର ଟଙ୍କା ଭଡ଼ା ମିଳେ। ଟଙ୍କା ଅଧିକ ମିଳୁଥିବାରୁ ଦୋକାନ ମାଲିକ ଗୋଦାମ ପାଇଁ ଘର ଦେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଏ ସମ୍ପର୍କରେ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା କୁହନ୍ତି, ଦୋକାନ ପାଇଁ ଲିଜ୍‌ ନେଇଛନ୍ତି। ଯଦି ଗୋଦାମ ହେଉଛି ତେବେ ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଶାଳୀଙ୍କୁ ବଳାତ୍କାର କରୁଥିଲେ ଭିଣେଇ, ସେ ଗର୍ଭବତୀ ଥିବା ଜଣାଇବା ପରେ…

ଦିଗପହଣ୍ଡି,୨୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳରେ ଏକ ଗାଁରେ ଅଭାବନୀୟ ଘଟଣା ଘଟିଛି। ୧୦ମ ଶ୍ରେଣୀରେ ପାଠ ପଢୁଥିବା ଜଣେ ନାବାଳିକା...

ବଜ୍ରାପାତରେ ଯୁବକ ଗୁରୁତର

ଦିଗପହଣ୍ଡି,୨୮ା୪(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ୍‌ ଛଣମେରି ପଞ୍ଚାୟତ ପେଣ୍ଡୁରାଖାଳି ଗ୍ରାମରେ ସୋମବାର ଅପରାହ୍ନରେ ବଜ୍ରାପାତରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ...

ବଡ଼ ବୟାନ ଦେଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ, ଖୁବଶୀଘ୍ର ଭାରତ କରିବ ଆକ୍ରମଣ

ନୂଆଦିଲ୍ଲୀ,୨୮।୪: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ସୋମବାର କହିଛନ୍ତି ଯେ ଗତ ସପ୍ତାହରେ କାଶ୍ମୀରରେ ପର୍ଯ୍ୟଟକମାନଙ୍କ ଉପରେ ହୋଇଥିବା ଏକ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ ପଡ଼ୋଶୀ...

ମା’ ବଡରାଉଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଝାଲିଆଗୋଛାକୁ ହରାଇ ଛେଦାଭୂମୀ ଚାମ୍ପିୟନ

ଭଞ୍ଜନଗର,୨୮।୪ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବ୍ରାହ୍ମଣପଦର ପଞ୍ଚାୟତ ଝାଲିଆଗୋଛା ଠାରେ ଚାଲିଥିବା ମା’ ବଡରାଉଳ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ ସୋମବାର...

ଅଶ୍ୱିନଙ୍କୁ ପଦ୍ମଶ୍ରୀ ସମ୍ମାନ

ନୂଆଦିଲ୍ଲୀ,୨୮ା୪: ଅବସରପ୍ରାପ୍ତ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସୋମବାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ପୂର୍ବତନ ଭାରତୀୟ କ୍ରିକେଟର ଏହି ସମ୍ମାନଜନକ ପୁରସ୍କାର ରାଷ୍ଟ୍ରପତି ଦ୍ରୌପଦୀ...

ରାଜା ଚକ୍ର ମାମଲା: କ୍ରାଇମ ବ୍ରାଞ୍ଚର ତଦନ୍ତ ଜୋରଦାର

ଭୁବନେଶ୍ୱର,୨୮।୪(ପ୍ରଭୁକଲ୍ୟାଣ ପାଲ): ବହୁଚର୍ଚ୍ଚିତ ଗନ୍ଧମାର୍ଦ୍ଧନ ଲୋଡିଂ ଏଜେନ୍ସିରେ ଆର୍ଥିକ ଅନିୟମିତା ମାମଲାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମ ବ୍ରାଞ୍ଚ। ଏହି ମାମଲା ଖୁବ ଶୀଘ୍ର ଚାର୍ଜ...

ଗଛକଟାକୁ ନେଇ ଉତ୍ତେଜନା

ବୈଶିଙ୍ଗା,୨୮ା୪(ରତନ ଦାଶ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ବନପାଳ କ୍ଷେତ୍ର ଅନ୍ତର୍ଗତ ରଙ୍ଗାମାଟିଆ ସଂରକ୍ଷିତ ଜଙ୍ଗଲରେ ଗତ ୧୯ ତାରିଖରେ କାଳବୈଶାଖୀ ପ୍ରଭାବରେ ଉପୁଡ଼ି ପଡ଼ିଥିବା ଗଛକୁ...

ବହୁଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା, ତଦନ୍ତକୁ ଜୋରଦାର କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୨୮।୪(ପ୍ରଭୁକଲ୍ୟାଣ ପାଲ): କ୍ରାଇମବ୍ରାଞ୍ଚ ADG ବିନୟତୋଷ ମିଶ୍ର କହିଛନ୍ତି, “ଲୋକଙ୍କ ମନରେ ଉଠୁଥିବା ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଆମେ ସମସ୍ତ ଦିଗକୁ ଯାଞ୍ଚ କରୁଛୁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image