ନିରାଡ଼ମ୍ବରରେ ପାଳନ ହେବ ବିଜୁ ଜୟନ୍ତୀ

ଭୁବନେଶ୍ୱର,୨।୩(ବ୍ୟୁରୋ): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଆସନ୍ତା ୫ ତାରିଖରେ ୧୦୬ ତମ ଜନ୍ମ ଜୟନ୍ତୀ । ପ୍ରତି ନିର୍ବାଚନ ମଣ୍ଡଳୀରେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀଙ୍କୁ ନିରାଡ଼ମ୍ବର ଭାବେ ପାଳନ କରାଯିବ । ଏନେଇ ଦଳୀୟ ବିଧାୟକଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚିଠି ଲେଖି ଜଣାଇଛନ୍ତି । ପ୍ରତି ନିର୍ବାଚନ ମଣ୍ଡଳୀରେ ସାଧାରଣ ସଭା ଆୟୋଜନ କରାଯାଇ ବିଜୁ ବାବୁଙ୍କ ନୀତି ଓ ଆଦର୍ଶରେ ପରିଚାଳିତ ବିଜେଡିର ସଫଳ ଯାତ୍ରା ସମ୍ପର୍କରେ ଆଲୋଚନା କରାଯିବ ।
ସେହିପରି ମାର୍ଚ୍ଚ ୮ରେ ପ୍ରତି ନିର୍ବାଚନ ମଣ୍ଡଳୀରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯିବ। ମହିଳା ସଶକ୍ତିକରଣ ପାଇଁ ବିଜୁ ଜନତା ଦଳର ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯିବ ।

Share