ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ବଦଳିବା ବିଜ୍ଞପ୍ତିକୁ ପ୍ରତ୍ୟାହାର କଲା କ୍ରୀଡ଼ା ବିଭାଗ

ଭୁବନେଶ୍ୱର,୨୨।୭: ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ବଦଳିବା ବିଜ୍ଞପ୍ତିକୁ ସୋମବାର କ୍ରୀଡ଼ା ବିଭାଗ ବିଧିବଦ୍ଧ ଭାବେ ପ୍ରତ୍ୟାହାର କରିନେଇଛି। ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନର ନାଁ ବଦଳରେ ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ ରହିବ ବୋଲି ଗତ ୧୯ ତାରିଖରେ ଏକ ଗାଇଡଲାଇନ ଜାରି ହୋଇଥିଲା।

କ୍ରୀଡ଼ା ବିଭାଗର ବିଜ୍ଞପ୍ତି ଅନୁସାରେ, ବିଭାଗ ଦ୍ୱାରା ୨୦୨୩ ଜୁନ ୫ ତାରିଖରେ ଜାରି ହୋଇଥିବା ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ ଗାଇଡଲାଇନ ବଳବତ୍ତର ରହିବ । ଏଥିପାଇଁ ବିଭାଗ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ଓ ସମସ୍ତ ବିଭାଗକୁ ଅବଗତ କରାଯାଇଛି ।

Share