ବଦଳିଲା ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାଁ, କଟାକ୍ଷ କଲେ ଅରୁଣ

ଭୁବନେଶ୍ୱର,୨୦।୭: ବଦଳିଲା କ୍ରୀଡା ପୁରସ୍କାର ନାଁ। ହଟିଲା ବିଜୁ ପଟ୍ଟନାୟକଙ୍କ ନାମ। କ୍ରୀଡ଼ା ପୁରସ୍କାର ନାଁ ବଦଳି ହେଲା ଓଡ଼ିଶା ରାଜ୍ୟ କ୍ରୀଡ଼ା ପୁରସ୍କାର ସମ୍ମାନ। ପୂର୍ବରୁ ତାହା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଥିଲା। କ୍ରୀଡ଼ା ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି।

ତେବେ କ୍ରୀଡା ପୁରସ୍କାର ନାଁ ବଦଳିବାକୁ ନେଇ କଟାକ୍ଷ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି, କାକୁଡ଼ି ଓ ଛୁରୀ ତାଙ୍କର, ଯେମିତି ପାରିବେ ସେମିତି କାଟନ୍ତୁ। ସରକାର ରାଜ୍ୟବାସୀ ମର୍ମାହତା ହେବା ପରି କିଛି ନ କରନ୍ତୁ। ବିଜୁ ବାବୁ ଜଣେ ବ୍ୟକ୍ତି ନୁହଁନ୍ତି, ଅନୁଷ୍ଠାନ ଅଟନ୍ତି। ବିଜୁ ବାବୁ ୩ଟି ଦେଶର ସମ୍ମାନରେ ସମ୍ମାନିତ। ବିଜୁ ପଟ୍ଟନାୟକଙ୍କୁ ସବୁ ରାଜନୈତିକ ଦଳ ସମ୍ମାନ କରୁଛନ୍ତି। ଏଭଳି ନିଷ୍ପତ୍ତିରୁ ସରକାର କ୍ଷାନ୍ତ ରୁହନ୍ତୁ ବୋଲି ଅରୁଣ କହିଛନ୍ତି।

Share