୨ଦିନରେ ଦେଶ ହରାଇଲା ୩କୋଟିପତି ବ୍ୟବସାୟୀ, ଜାଣନ୍ତୁ ସେମାନଙ୍କ ପ୍ରେରଣାଦାୟକ ଯାତ୍ରା

ନୂଆଦିଲ୍ଲୀ,୧୫।୧୧: ନିକଟରେ ୨ଦିନ ମଧ୍ୟରେ ଦେଶର ୩କୋଟିପତି ବ୍ୟବସାୟୀଙ୍କ ପରଲୋକ ହୋଇଛି। ସେମାନେ ହେଲେ କେଦାରନାଥ ଅଗ୍ରଓ୍ବାଲ, ଓବରଏ ଓ ସୁବ୍ରତ ରୟ। ଦେଶରେ କେଦାରନାଥ ଅଗ୍ରଓ୍ବାଲଙ୍କୁ ଅବା କିଏ ନଜାଣେ। ଯେଉଁ କମ୍ପାନୀର ମିଠା କେବଳ ଦେଶରେ ନୁହେଁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି। ପିଆରଏସ ଓବରଏ ଓରଫ ବିକି କେସି ଦେଶରେ ହୋଟେଲ ଇଣ୍ଡଷ୍ଟ୍ରୀ ପାଇଁ ପରିଚିତ। ସେଥିପାଇଁ ସେ ପଦ୍ମ ବିଭୂଷଣରେ ସମ୍ମାନିତ ହୋଇଛନ୍ତି। ଏହି କ୍ରମରେ ୩ୟ କୋଟିପତି ବ୍ୟବସାୟୀ ସାହାରା ଗ୍ରୁପ ପ୍ରତିଷ୍ଠାତା ସୁବ୍ରତ ରୟ। ତେବେ ଆସନ୍ତୁ ଜାଣିବା ଏହି ୩କୋଟିପତି ବ୍ୟବସାୟୀଙ୍କ ବିଷୟରେ…

ଦେଶରେ ନମକିନ ଓ ମିଠା ପାଇଁ ପରିଚିତ ବ୍ରାଣ୍ଡ ବିକାନରବାଲାର ପ୍ରତିଷ୍ଠାତା କେଦାରନାଥ ଅଗ୍ରଓ୍ବାଲଙ୍କ ସୋମବାର ପରଲୋକ ହୋଇଛି। ମୃତ୍ୟୁ ସମୟରେ ତାଙ୍କୁ ୮୬ବର୍ଷ ହୋଇଥିଲା। ୧୯୦୫ରୁ ବିକାନରରେ ଥିବା ତାଙ୍କ ପରିବାର ସହରର ଏକ ଗଳିରେ ମିଠା ଦୋକାନ ଆରମ୍ଭ କରିଥିଲେ। ଦୋକାନର ନାମ ବିକାନର ନମକିନ ଭଣ୍ଡାର ଥିଲା। ପରେ ୧୯୫୦ରେ କେଦାରନାଥ ଦିଲ୍ଲୀରୁ ତାଙ୍କ କ୍ୟାରିୟରର ଆରମ୍ଭ କରିଥିଲେ। ଦିଲ୍ଲୀରେ କେଦାରନାଥ ତାଙ୍କ ଭାଇ ସତ୍ୟନାରାୟଣ ଅଗ୍ରଓ୍ବାଲଙ୍କ ସହ ମିଶି ପ୍ରଥମେ ଭୁଜିଆ ଓ ରସଗୋଲାର ବିକ୍ରି ଆରମ୍ଭ କରିଥିଲେ। ଦିଲ୍ଲୀର ରାସ୍ତାରେ ବୁଲି ବୁଲି ବାଲତିରେ ରସଗୋଲା ଭର୍ତ୍ତି କରି ସେ ବିକ୍ରି କରୁଥିଲେ। ଏହାପରେ ସେ ତାଙ୍କ ବନ୍ଧୁଙ୍କ ସହ ମିଶି ଚାନ୍ଦିନ ଚୌକରେ ଦୋକାନ ଆରମ୍ଭ କରିଥିଲେ।
ଭାରତରେ ବିକାନରବାଲାର ୬୦ରୁ ଅଧିକ ଦୋକାନ ରହିଛି। ବିଦେଶରେ ଆମେରିକା, ନ୍ୟୁଜିଲାଣ୍ଡ, ସିଙ୍ଗାପୁର, ନେପାଳ ଓ ୟୁଏଇ ପରି ଦେଶରେ ବିକାନରବାଲାର ବ୍ୟବସାୟ ରହିଛି। କିନ୍ତୁ କେଦାରନାଥଙ୍କ ମୃତ୍ୟୁରେ କେବଳ ବିକାନରବାଲାର ନୁହେଁ ସମଗ୍ର ଖାଦ୍ୟ ଇଣ୍ଡଷ୍ଟ୍ରୀର ବଡ କ୍ଷତି ବୋଲି ଗ୍ରୁପର ମ୍ୟାନେଜିଙ୍ଗ ଡାଇରେକ୍ଟର ଶ୍ୟାମ ସୁନ୍ଦର ଅଗ୍ରଓ୍ବାଲ କହିଛନ୍ତି।

ଓବରଏ ଗ୍ରୁପର ଚେୟାରମ୍ୟାନ ପୃଥ୍ବୀ ରାଜସିଂହ ଓବରଏଙ୍କ ୯୪ବର୍ଷ ବୟସରେ ମଙ୍ଗଳବାର ଦେହାନ୍ତ ହୋଇଛି। ଓବରଏଙ୍କୁ ଇଣ୍ଡିଆନ ହସ୍ପିଟାଲଟିର ପୁରୋଧା ରୂପେ ମଧ୍ୟ ବିବେଚନା କରାଯାଏ। ଓବରଏ ଦୀର୍ଘଦିନ ଧରି ଇଆଇଏଚ ଲିମିଟେଡର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିଲେ।
ପର୍ଯ୍ୟଟନ ଓ ଆତିଥ୍ୟ କ୍ଷେତ୍ରରେ ଓବରଏଙ୍କ ଉଲ୍ଲେଖନୀୟ ଯୋଗଦାନ ହେତୁ ତାଙ୍କୁ ‘ପଦ୍ମ ବିଭୂଷଣ’ ସହ ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଛି। ଅସଧାରଣ ନେତୃତ୍ୱ ପାଇଁ ଇଣ୍ଟରନାଶନାଲ ଲକଜରୀ ଟ୍ରବଲ ମାର୍କେଟ(ଆଇଏଲଟାଏମ) ଦ୍ୱାରା ‘ଲାଇଫଟାଇମ ଆଚିଭମେଣ୍ଟ’ ଓ ତାଙ୍କ ହୋଟେଲ୍ସ ୟୁଏସଏ ଦ୍ୱାରା ‘କର୍ପୋରେଟ ହୋଟେଲିୟର ଅଫ ଦ ଓ୍ବାଲର୍‌ଡ’ରେ ସମ୍ମାନିତ କରାଯାଇଛି।

ସାହାରା ଗ୍ରୁପର ମୁଖ୍ୟ ସୁବ୍ରତ ରଏ ୭୫ବର୍ଷ ବୟସରେ ମଙ୍ଗଳବାର ହୃଦଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରୟ ଖୁଚୁରା, ରିଏଲ ଇଷ୍ଟେଟ ଏବଂ ଅର୍ଥ, ଗୃହ ଏବଂ ମିଡିଆ କ୍ଷେତ୍ରରେ ତାଙ୍କର ବ୍ୟବସାୟ ସାମ୍ରାଜ୍ୟ ନିର୍ମାଣ କରିଥିଲେ। ବିଭିନ୍ନ ପ୍ରମୁଖ ବିବାଦର କେନ୍ଦ୍ରରେ ରହି ତାଙ୍କ ଗ୍ରୁପ କମ୍ପାନୀଗୁଡିକ ସହିତ ଅନେକ ନିୟାମକ ଏବଂ ଆଇନଗତ ଯୁଦ୍ଧର ସମ୍ମୁଖୀନ ହୋଇଥିଲେ, ଯାହା ମଲ୍ଟି ଲେଭଲ ମାର୍କେଟିଂ ସ୍କିମ ଗଠନ ପାଇଁ ନିୟମକୁ ଖଣ୍ଡନ କରିଥିବା ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି କଲେ ଘର ପାଇଁ ଅମଙ୍ଗଳ, ଜାଣନ୍ତୁ କ’ଣ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ଖାସ୍‌ କାର୍ଯ୍ୟ ରହିଛି, ଯାହାକୁ କରିବା ଦ୍ୱାରା ଘରର ଅମଙ୍ଗଳ ହେବା ସହ ଉନ୍ନତି ପଥରେ ବାଧା ଉପୁଜିଥାଏ। ଯେମିତିକି:...

୬୯୯ଟଙ୍କାରେ ମିଳୁଛି ଜିଓ ଭାରତ ୪ଜି ଫୋନ୍‌

ମୁମ୍ବାଇ,୨୭।୧୦ (ଅଭୟ ଦାଶ): ରିଲାଏନ୍ସ ଜିଓର ବହୁ ପ୍ରତୀକ୍ଷିତ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକିି ଏହି ସୀମିତ ସମୟ ଅଫର ମଧ୍ୟରେ ଆଶାୟୀ ଉପଭୋକ୍ତାମାନେ...

ମହିଳାଙ୍କୁ ନ୍ୟାୟ ଦେଉଛି ଛାଡ଼ପତ୍ର ମନ୍ଦିର

ଟୋକିଓ: ଜାପାନର କାମାକୁରା ସହରସ୍ଥିତ ମତ୍ସୁଗାଓକା ଟୋକେଇଜି ମନ୍ଦିରକୁ ଛାଡ଼ପତ୍ର ମନ୍ଦିର ବୋଲି ମଧ୍ୟ କୁହାଯାଏ। ବୈବାହିକ ଜୀବନରେ ବିଭିନ୍ନ ଅସୁବିଧା ଏବଂ ନିର୍ଯାତନାର ସମ୍ମୁଖୀନ...

ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ କେମିତି କରିବେ ସନ୍ତୂଷ୍ଟ, ଜାଣନ୍ତୁ

ଘରର ସୁଖଶାନ୍ତି ବୃଦ୍ଧି ପାଇଁ ଅନେକେ ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କର ପୂଜା କରିଥାନ୍ତି। ମା’ଙ୍କୁ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରିବା ସହ ମା’ଙ୍କ...

ଲକ୍ଷ୍ନୌ ଭିକାରି ସବୁଠୁ ଧନୀ; ମାସିକ ୯୦ ହଜାର ରୋଜଗାର, ନିଅନ୍ତି ୱିକ୍‌ଏଣ୍ଡ୍‌ ଛୁଟି

ନୂଆଦିଲ୍ଲୀ: ଲକ୍ଷ୍ନୌ ମହାନଗର ନିଗମ ଏବଂ ଉତ୍ତର ପ୍ରଦେଶ ସାମାଜିକ କଲ୍ୟାଣ ବିଭାଗ ପକ୍ଷରୁ ଲକ୍ଷ୍ନୌ ସହରରେ ଭିକାରିମାନଙ୍କୁ ନେଇ ଏକ ସର୍ଭେ କରାଯାଇଛି। ଭିକାରିମାନଙ୍କୁ...

ସର୍ବଦା ଲାଗି ରହୁଛିକି ଅଭାବ: ଦୀପାବଳିରେ କରନ୍ତୁ ଏପରି, ମିଳିବ…

ଆଲୋକର ପର୍ବ ଦୀପାବଳି ଘରକୁ ସୁଖ, ସମୃଦ୍ଧି ଆଣିଥାଏ; ଯାହାକୁ ଦୃଷ୍ଟିରେ ରଖି ଦୀପାବଳି ଆସିଲେ ଲୋକେ ଘରଦ୍ୱାର ସଫାସୁତରାରେ ଲାଗିଯାନ୍ତି। ତେବେ ଖାଲି ଘରଦ୍ୱାର...

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ୧୬୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୨୬ା୧୦: ପଶ୍ଚିମବଙ୍ଗ ସ୍କୁଲ୍‌ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଦ୍ୱାରା ଗ୍ରୁପ୍‌ ସି ଏବଂ ଡି କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାର ମନିଲଣ୍ଡରିଂ ଦିଗ...

ଭାରତ-ଚାଇନା ଚୁକ୍ତିକୁ ନେଇ ଜୟଶଙ୍କର କହିଲେ ସଫଳତା ପଛରେ…

ପୁଣେ,୨୬ା୧୦: ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍‌ଏସିରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ଉଭୟ ଭାରତ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri