Categories: ଜାତୀୟ

ବଡ଼ ଘୋଷଣା କଲେ ବିକାଶ ଦିବ୍ୟକୀର୍ତ୍ତି, ପ୍ରତ୍ୟେକଙ୍କୁ ଦେବେ ୧୦ ଲକ୍ଷ

ନୂଆଦିଲ୍ଲୀ, ୦୨।୦୮: ଦୃଷ୍ଟି କୋଚିଂ ସେଣ୍ଟରର ସଂସ୍ଥାପକ ବିକାଶ ଦିବ୍ୟକୀର୍ତ୍ତି ନିକଟରେ ହୋଇଥିବା ଦୁର୍ଘଟଣାକୁ ନେଇ ବଡ଼ ଘୋଷଣା କରିଛନ୍ତି । ୪ ମୃତ ୟୁପିଏସ୍‌ସି ପରୀକ୍ଷାର୍ଥୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ସେ ଘୋଷଣା କରିଛନ୍ତି । ଏମାନଙ୍କ ମଧ୍ୟରୁ ୩ ଆଶାୟୀଙ୍କ ମୃତ୍ୟୁ ଓଲ୍ଡ ରାଜେନ୍ଦ୍ର ନଗରର ରାଓ ଆଇଏଏସ୍‌ କୋଚିଂ ସେଣ୍ଟରର ବେସ୍‌ମେଣ୍ଟରେ ପାଣି ପଶିଯିବାରୁ ହୋଇଥିବା ବେଳେ ଅନ୍ୟଜଣେ ଛାତ୍ରଙ୍କର କରେଣ୍ଟ ମାରିବା କାରଣରୁ ହୋଇଥିଲା । ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରି ସେ ଏହି ଘୋଷଣା କରିଛନ୍ତି ।

ସେ ଏନେଇ କହିଛନ୍ତି ଯେ, ଓଲ୍ଡ ରାଜେନ୍ଦ୍ର ନଗରରେ ହୋଇଥିବା ଦୁର୍ଘଟଣାରେ ୪ ଆଶାୟୀଙ୍କର ମୃତ୍ୟୁ ହୋଇଛି । ରାସ୍ତାରେ ପାଣି ଜମିଥିବା ବେଳେ ସେଥିରୁ କରେଣ୍ଟ ଲାଗି ନିଲେଶ ରାୟ ନାମକ ଛାତ୍ରର ମୃତ୍ୟୁ ହୋଇଥିଲା । ଅନ୍ୟ ୩ ବିଦ୍ୟାର୍ଥୀ ଶ୍ରେୟା ଯାଦବ, ତାନ୍ୟା ସୋନି ଏବଂ ନବୀନ ଡାଲ଼୍ବିନ ଏକ କୋଚିଂ ସେଣ୍ଟରରେ ଆକସ୍ମିକ ପାଣି ପଶି ଯିବାରୁ ତାଙ୍କର ମୃତ୍ୟୁ ହୋଇଛି ।
ଏହି ସମୟ ନିଶ୍ଚିତ ଭାବରେ ଏହି ବିଦ୍ୟାର୍ଥୀମାନଙ୍କ ପରିବାର କଠିନ ସ୍ଥିତି। ଏହି ପରିସ୍ଥିତିରେ ଆମେ ସେମାନଙ୍କ ପରିବାର ସହିତ ଛିଡ଼ା ହେବୁ । ଆମେ ଯେତେ ଟଙ୍କା ଦେଲେ ମଧ୍ୟ ଏହା ସେମାନଙ୍କ ପରିବାରର କଷ୍ଟକୁ ଲାଘବ କରିପାରିବ ନାହିଁ ସେ ଏନେଇ କହିଛନ୍ତି ।

Share