Categories: ଜାତୀୟ

ବିକାଶ ଦୁବେଙ୍କ ଲଭ୍‌ଷ୍ଟୋରୀ: ଶାଶୁ-ଶ୍ୱଶୁରଙ୍କୁ ବନ୍ଧୁକ ଦେଖାଇ କରିଥିଲେ ବିବାହ

ଲକ୍ଷ୍ନୌ, ୧୧।୭: ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କ ଏନ୍‌କାଉଣ୍ଟର ପରେ ତାଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ଏବେ ତାଙ୍କ ଲଭ୍‌ଷ୍ଟୋରୀ ନେଇ ସୋସିଆଲ ମିିଡ଼ିଆରେ ନାନା ପ୍ରଚାର ଜାରି ରହିଛି। ୨୦ବର୍ଷ ତଳେ ସ୍ତ୍ରୀ ରିଚାଙ୍କ ସହିତ ତାଙ୍କର ସାକ୍ଷାତ୍‌ ହୋଇଥିଲା। ରିଚା ଜ୍ଞାନେନ୍ଦ୍ର ନିଗମଙ୍କ ଭଉଣୀ। ବିକାଶଙ୍କ ସହିତ ଜ୍ଞାନେନ୍ଦ୍ରଙ୍କର ଭଲ ସମ୍ପର୍କ ଥିଲା। ପ୍ରଥମ ଦେଖାରେ ବିକାଶ ରିଚାଙ୍କୁ ଭଲପାଇ ବସିଥିଲେ। ତେବେ ରିଚା ଏବଂ ବିକାଶଙ୍କ ବିବାହକୁ ଜ୍ଞାନେନ୍ଦ୍ରଙ୍କ ମାତାପିତା ବିରୋଧ କରିଥିଲେ। ବିକାଶ ଶାଶୁ-ଶ୍ୱଶୁରଙ୍କୁ ବନ୍ଧୁକ ଦେଖାଇ ରିଚାଙ୍କ ସହିତ ବିବାହ କରିଥିଲେ। ଏହାପରେ ବିକାଶଙ୍କ ସହିତ ୧୦-୧୨ ବର୍ଷ ଧରି ଆଉ ତାଙ୍କର କଥାବାର୍ତ୍ତା ହୋଇ ନ ଥିବା ଜ୍ଞାନେନ୍ଦ୍ର କହିଛନ୍ତି। ବିକାଶ କାନପୁରର ଶାସ୍ତ୍ରୀନଗରରେ ତାଙ୍କ ସମ୍ପର୍କୀୟଙ୍କ ଘରେ ରହି ପାଠପଢୁଥିଲେ। ଏହି ସମୟରେ ରିଚାଙ୍କ ସହିତ ତାଙ୍କର ସାକ୍ଷାତ୍‌ ହୋଇଥିଲା। ପରେ କଥାବାର୍ତ୍ତା। ଏହାପରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିବା ଜ୍ଞାନେନ୍ଦ୍ର କହିଛନ୍ତି।

Share