କୋରାପୁଟରେ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାର ଶୁଭାରମ୍ଭ

କୋରାପୁଟ,୫ା୨(ଅମିତାଭ ବେହେରା): ସମୃଦ୍ଧ ଓଡ଼ିଶାର ନୂତନ ପରିଭାଷା ବିକଶିତ ଗାଁ ବିକଶିତ ଓଡ଼ିଶା ଶୁଭାରମ୍ଭ ହୋଇଯାଇଛି। ବୁଧବାର ଖୋର୍ଦ୍ଧା ଜିଲା ଜଙ୍କିଆଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ କୋରାପୁଟ ପୋଲିସ ପରେଡ୍‌ ପଡ଼ିଆଠାରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ଏହି ଯୋଜନା ୫ ବର୍ଷ ପାଇଁ କାର୍ଯ୍ୟକାରୀ ହେବା ସହ ରାଜ୍ୟରେ ୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯିବ ବୋଲି ଜଣାପଡ଼ିଛି। ଏଥିରେ ମୌଳିକ ଭିତ୍ତିଭୂମିର ବିକାଶ , ଗ୍ରାମ୍ୟ ସଡ଼କ ସଂଯୋଗୀକରଣ, କ୍ଷୁଦ୍ର ପର୍ଯ୍ୟଟନସ୍ଥଳୀର ବିକାଶ, ଶିକ୍ଷା ଓ କ୍ରୀଡ଼ା ଭିତ୍ତିଭୂମିର ସମ୍ପ୍ରସାରଣ ଏବଂ ଜନ ମଙ୍ଗଳକାରୀ ପ୍ରକଳ୍ପର ନିର୍ମାଣ ଓ କାର୍ଯ୍ୟକ୍ଷମ କରିବା ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିବା ଜଣାପଡ଼ିଛି। କୋରାପୁଟ ଜିଲାପାଳ ଭି କୀର୍ତ୍ତି ଭାସନ, କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ , ସୁନାବେଡ଼ା ପୌର ପରିଷଦ ଅଧ୍ୟକ୍ଷ ରାଜେନ୍ଦ୍ର ପାତ୍ର, କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝୀ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର ପ୍ରମୁଖ ଉପସ୍ଥିତ ଥିଲେ। କୋରାପୁଟ ବିଡିଓ ଦେବାଶିଷ ଗୌଡ଼ ଯୋଗଦେଇ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲାର ସମସ୍ତ ବ୍ଲକ ସଦରମହକୁମାରେ ମଧ୍ୟ ଆୟୋଜନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାଳନ ହେଲା ବସନ୍ତ ଉତ୍ସବ

  କୋରାପୁଟ,୧୪।୩(ଅମିତାଭ ବେହେରା): ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପାଳନ ହେଲା ବସନ୍ତ ଉତ୍ସବ ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ରୀ-ଛାତ୍ରମାନେ ରଙ୍ଗର ପର୍ବ...

୨୦ ବର୍ଷ ପରେ ମଞ୍ଚ ନାଟକ ମଞ୍ଚସ୍ଥ : ସହରୀ ସଭ୍ୟତାଠାରୁ ଦୂରେଇ ଯାଇନି ମଞ୍ଚ ନାଟକ

ଭଞ୍ଜନଗର,୧୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଲଣ୍ଡେଇସାହିରେ ଶୁକ୍ରବାର ନାଟକ ‘ ହଜି ଯାଇଛି ମୁଁ ମୋ ଭିତରେ’ମଞ୍ଚସ୍ଥ ହୋଇଛି। ଏହାକୁ ବରିଷ୍ଠ ଲେଖକ...

ପୋଲିସ ପଞ୍ଝାରେ ଗଞ୍ଜେଇ ମାଫିଆ, ୬୬୦ କେଜି ଗଞ୍ଜେଇ ଜବତ, ୬ ଗିରଫ

ରାୟଗଡ଼ା,୧୪।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଟାଉନ ଥାନା ପୋଲିସ ପଞ୍ଝାରେ ଧରା ପଡ଼ିଲେ ଗଞ୍ଜେଇ ମାଫିଆ। ପୋଲିସ ପାଟ୍ରୋଲିଂ ସମୟରେ ଏହି ଗଞ୍ଜେଇ ଜବତ ହୋଇଛି।...

ପୋଲିସ ଚଢ଼ାଉ : ଦୁଇ ଗିରଫ

ଗୋପାଳପୁର,୧୪।୩(ନବୀନ ରାଜ ଆଚାରୀ): ଶୁକ୍ରବାର ଭୋର ସମୟରେ ମୋରମ ଚୋରା ଚାଲାଣ ବେଳେ ଗୋଳନ୍ଥରା ଥାନା ପୋଲିସ ଚଢାଉ କରି ଦୁଇଟି ଗାଡି ଜବତ କରିବା...

ମଣ୍ଡପ ଦୋଳିରେ ବିଜେ ହେଲେ ଚମ୍ପେଶ୍ୱର ବାବା

ସୋନେପୁର,୧୪।୩(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରର ପ୍ରସିଦ୍ଧ ଶୈବପୀଠ ଚମ୍ପାମାଳ ଚମ୍ପେଶ୍ବର ମହାଦେବ ଶୁକ୍ରବାର ସାରେ ଭିତିରି ଗମ୍ଭୀରାରୁ ବାହାରି ମଣ୍ଡପ ଦୋଳିରେ ବିଜେ ହୋଇଛନ୍ତି...

ବାହାହୋଇ ଫସିଗଲେ ପ୍ରଦୀପ ମାଝୀ, ୧୨ ବର୍ଷ ବାସନ୍ଦ କଲେ ଜାତିଭାଇ

ମାଲକାନଗିରି,୧୪।୩(ନୃସିଂହ ଚରଣ ମହାନ୍ତି):  ଅଣ ଆଦିବାସୀଙ୍କୁ ବିବାହ କରିବାରୁ ବାସନ୍ଦ ହେଲେ ପୂର୍ବତନ ଏମ୍‌ପି ତଥା ବିଜେଡି ନେତା ପ୍ରଦୀପ ମାଝୀ। ବିଜେଡି ନେତା ପ୍ରଦୀପ...

ବିବାଦୀୟ ପରିସ୍ତିତିକୁ ନେଇ ଶାଶନପଲ୍ଲୀ ଅସାନ୍ତ: ପୋଲିସ ପକ୍ଷରୁ ବସିଲା ଶାନ୍ତିକମିଟି

ପୁରୁଷୋତ୍ତମପର,୧୪।୩ (ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶାଶନପଲ୍ଲୀ ଗ୍ରାମରେ ଦୀର୍ଘଦିନଧରି ଲାଗିରହିଥିବା ବିବାଦୀୟ ପରିସ୍ତିତିକୁ ନେଇ ସମଗ୍ର ଗ୍ରାମ ଆଶାନ୍ତ ହୋଇପଡଛି।...

ବ୍ରହ୍ମପୁର ବିଶବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ହ୍ୟାଣ୍ଡବଲ ପୁରୁଷ ଦଳ ଭୁବନେଶ୍ୱର ଗସ୍ତ

ବ୍ରହ୍ମପୁର, ୧୪।୩ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ଶୁକ୍ରବାର ସାରେ ପୁରୁଷ ହ୍ୟାଣ୍ଡବଲ ଦଳ ଭୁବନେଶ୍ୱର ଗସ୍ତ କରିଛନ୍ତିl ଭୁବନେଶ୍ବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image