ବ୍ରାହ୍ମଣୀଗାଁ,୧୩ା୨(ମନୋରଞ୍ଜନ ରଣା): ବ୍ରାହ୍ମଣୀଗାଁରେ ବିକଶିତ ଗାଁ ବିକଶିତ ଓଡ଼ିଶା ସମୃଦ୍ଧ ଓଡ଼ିଶାର ନୂତନ ପରିଭାଷା କାର୍ଯ୍ୟକ୍ରମ ସରପଞ୍ଚ ସଂଯୁକ୍ତା ମଳିକଙ୍କ ନେତୃତ୍ୱରେ ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ ପ୍ରଧାନ, ଏଡିଓ ନିଥନୀୟଲ ଚାଲାନସେଠ, ଓ୍ବାର୍ଡ଼ମେମ୍ବର ସଭ୍ୟାସଭ୍ୟ ଏବଂ ଜନସାଧାରଣ ଏହି ବୈଠକରେ ଉପସ୍ଥିତ ଥିଲେ। ବୈଠକରେ ସରକାରଙ୍କ ୫ ବର୍ଷ ଭିତରେ ପଞ୍ଚାୟତର ଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ସିଧାସଳଖ ପଞ୍ଚାୟତ ପାଇପାରିବ । ଯେପରି ମୌଳିକ ଭିତ୍ତି ଭୂମି ବିକାଶ ସହ ଗ୍ରାମ୍ୟ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ । ଅନୁନ୍ନତ ଜନଜାତି ସମୁଦାୟ ବସବାସ ଅଞ୍ଚଳରେ ଆଭ୍ୟନ୍ତରୀଣ ଓ ଆନ୍ତଃ ଗ୍ରାମ୍ୟ ସଡ଼କ ସଂଯୋଗିକରଣ । କ୍ଷୁଦ୍ର ପର୍ଯ୍ୟଟନସ୍ଥଳୀର ବିକାଶ ଓ ଉନ୍ନତି କରଣ। ଶିକ୍ଷା ଓ କ୍ରୀଡ଼ା ଭିତ୍ତିଭୂମିର ସମ୍ପ୍ରସାରଣ ଓ ଆଧୁନିକୀକରଣ। ନୂତନ ଅଭିନବ ଜନ ମଙ୍ଗଳକାରୀ ବହୁମୁଖୀ ପ୍ରକଳ୍ପର ନିର୍ମାଣ ଓ କାର୍ଯ୍ୟନ୍ନୟନ।
ଇତ୍ୟାଦି ବିଷୟରେ ଲୋକଙ୍କୁ ଅବଗତ କରାଇଥିଲେ।