କୋକସରାରେ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମ

କୋକସରା,୫ା୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶାର ଗ୍ରାମାଞ୍ଚଳରେ ପଞ୍ଚାୟତ ସ୍ତରରେ ଭିତ୍ତିଭୂମିର ବିକାଶ ପାଇଁ ଏକ ନୂତନ ରୂପରେଖରେ ‘ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ’ର ଶୁଭ ଉଦ୍‌ଘାଟନ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବୁଧବାର ଖୋର୍ଦ୍ଧା ଜିଲାଠାରେ ଉଦ୍‌ଘାଟିତ କରିଛନ୍ତି। ରାଜ୍ୟର ସମସ୍ତ ବ୍ଲକର ବ୍ଲକ କାର୍ଯ୍ୟାଳୟରେ ଭବ୍ୟ ସମାରୋହରେ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି। କଳାହାଣ୍ଡି ଜିଲା କୋକସରା ବ୍ଲକରେ ଆୟୋଜିତ ବିକଶିତ ଗାଁ ବିକଶିତ ଓଡ଼ିଶା ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ସିଧା ପ୍ରସାରଣ ଜରିଆରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିବା ବେଳେ ଏହାର ସିଧାସଳଖ ପ୍ରସାରଣରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ଉପସ୍ଥିତ ରହିଥିଲେ। କୋକସରା ବ୍ଲକ ପ୍ରଶାସନ ପକ୍ଷରୁ କୋକସରା ବିଡିଓ ଡ. ହିମାଞ୍ଚଳ ମାଝୀ, ତହସିଲଦାର ନବୀନ କିଶୋର ପାଢ଼ୀ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରଓ୍ବାଲ, ଏମ୍‌ପି ପ୍ରତିନିଧି ପ୍ରମୋଦ କୁମାର ପ୍ରଧାନୀ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ନୂତନ ଯୋଜନାର ଉପକାରିତା ବିଷୟରେ ମତ ଦେଇଥିଲେ। କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ମଞ୍ଚ ପରିଚାଳନା କରିଥିଲେ। କୋକସରା ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା, କୋକସରା ମଣ୍ଡଳ ସଭାପତି ବସନ୍ତ ନାଗ, ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର ସମେତ ଭାଜପାର ଜିଲା ପ୍ରତିନିଧି ଦୁର୍ଗା ପ୍ରଧାନୀ, ଅର୍ଜୁନ ଭାଟି, ମେକ ଇନ ଇଣ୍ଡିଆ ପ୍ରଭାରୀ ହିମାଂଶୁ ପଣ୍ଡା ସମେତ ବ୍ଲକର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ଯୋଗାଣ ଅଧିକାରୀ, ବିଭିନ୍ନ ପଞ୍ଚାୟତର ପିଇଓ, ଏଡିଓ, ଯୋଗାଣ ସହାୟକ ଓ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କୋକସରା ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶତାଧିକ ମହିଳା ପୁରୁଷ ସମେତ ମିଶନ ଶକ୍ତି ଅଧୀନରେ କାର୍ଯ୍ୟରତ ମହିଳା କର୍ମଚାରୀ ଓ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା, ବ୍ଲକସ୍ତରୀୟ ଭାଜପାର କର୍ମକର୍ତ୍ତାମାନେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ଘାଟିତ କାର୍ଯ୍ୟକ୍ରମକୁ ଦେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମ ନବମୀ ମହୋତ୍ସବରେ ଶୋଭାଯାତ୍ରା, ଜୟ ଶ୍ରୀରାମ ଧ୍ବନିରେ କମ୍ପିଲା ସହର

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ): ବରଗଡର ଶ୍ରୀରାମଲାଲା ଟ୍ରଷ୍ଟ ପକ୍ଷରୁ ରବିବାର ଶ୍ରୀରାମ ନବମୀ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ବରଗଡ଼ ସହରର ବାଳକଦାସ ହନୁମାନ ମନ୍ଦିର...

ରାମନବମୀରେ ସମ୍ବଲପୁରରେ ବିଶାଳ ଶୋଭାଯାତ୍ରା

ସମ୍ବଲପୁର,୬।୪(ଭବାନୀ ଶଙ୍କର ଭୋଇ): ହନୁମାନ ଜୟନ୍ତୀ ସମନ୍ବୟ ସମିତି ପକ୍ଷରୁ ରବିବାର ସମ୍ବଲପୁରରେ ବିଶାଳ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ସମନ୍ବ୍ବୟ ସମିତି ପକ୍ଷରୁ...

ଐତିହାସିକ ଶ୍ରୀରାମନବମୀ ମହୋତ୍ସବ: ଶୋଭାଯାତ୍ରାରେ ୧୫୦ ପ୍ରଜ୍ଞାପନ ମେଢ଼ ସାମିଲ 

ଭଦ୍ରକ,୬।୪(ସନାତନ ରାଉତ): ଭଦ୍ରକର ଐତିହାସିକ ଶ୍ରୀରାମ ନବମୀ ମହୋତ୍ସବ ପାଇଁ ରବିବାର ଭଦ୍ରକ ସହରର ପରିବେଶ ଗେରୁଆମୟ ହୋଇଥିବା ବେଳେ ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ...

୨୦୨୬ ଫେବୃଆରୀରେ ସରିବ ସମଲେଶ୍ୱରୀ ପ୍ରକଳ୍ପ: ମନ୍ତ୍ରୀ

ସମ୍ବଲପୁର,୬ା୪(ପ୍ରମୋଦ ବହିଦାର): ସମ୍ବଲପୁର ସମଲେଶ୍ୱରୀ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ କାମ ୨୦୨୬ ଫେବୃଆରୀ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ୨୦୨୫ ଅଗଷ୍ଟ ସୁଦ୍ଧା ଏହାର ଲୋକାର୍ପଣ...

ବାଇକ୍‌ ଉପରେ ମାଡ଼ିଗଲା ହାଇଓ୍ବା: ଚାଲିଗଲା ୨ ଜୀବନ, ଜଣେ ଗୁରୁତର

ସୋନପୁର,୬।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ଖାରୀ-ବଲାଡି ରାସ୍ତାରେ ରବିବାର ଏକ ସର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବଲାଡି ପୋଲ ନିକଟରେ ବାଇକ୍‌କୁ ଏକ ହାଇଓ୍ବା ଧକ୍କା...

WhatsApp ଆଣିଲା ନୂଆ ଫିଚର: ଏଣିକି ୟୁଜର ଷ୍ଟାଟସ୍ ଅପଡେଟ୍‌ରେ ଗୀତ ରଖିପାରିବେ

ନୂଆଦିଲ୍ଲୀ,୬।୪: ମେଟା-ମାଲିକାନାଧୀନ ପ୍ଲାଟଫର୍ମ ହ୍ୱାଟସଆପ୍ ଏକ ନୂତନ ଫିଚର ଆଣିଛି ଯାହା ୟୁଜରମାନଙ୍କୁ ସେମାନଙ୍କର ଷ୍ଟାଟସ୍ ଅପଡେଟରେ ଗୀତ ଯୋଡ଼ିବାକୁ ଅନୁମତି ଦେବ। ଏହି ଫିଚର,...

ଆକର୍ଷଣ ସାଜିଲା ତେର ଦଣ୍ଡ ମିଳନ: ସାମିଲ ହେଲେ ହଜାର ହଜାର ଶ୍ରଦ୍ଧାଳୁ

ବାଲିଗୁଡ଼ା,୬ା୪ (ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୬ତମ ବାର୍ଷିକ ତେର ଦଣ୍ଡ ମିଳନ ରବିବାର ଉଦ୍‌ଯାପିତ ହୋଇଯାଇଛି। ଏହାକୁ...

Video: ଟାର୍ଗେଟ ପୂରଣରେ ବିଫଳ ହେବାରୁ କର୍ମଚାରୀଙ୍କୁ କୁକୁର ସଜାଇଲେ, ତଦନ୍ତ ନିର୍ଦ୍ଦେଶ ଦେଲା ଶ୍ରମ ବିଭାଗ

କୋଚି, ୬।୪: କେରଳର କୋଚିସ୍ଥିତ ପେରୁମ୍ବୁରରେ ଥିବା ଏକ ପ୍ରାଇଭେଟ ମାର୍କେଟିଂ କମ୍ପାନୀର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image