ବାଇକ୍‌ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଦୁଇ ଗୁରୁତର

ଜମନକିରା,୧୫ା୬(ରବୀନ୍ଦ୍ର ପ୍ରସାଦ ଦାନୀ): ଜମନକିରା ଥାନା ଅନ୍ତର୍ଗତ ରାଜରାସ୍ତା ୫୩ ପିଠାମାରେନ ପୋଲ ନିକଟରେ ହୋଇଥିବା ବାଇକ୍‌ ଦୁର୍ଘଟଣାରେ ଦୁଇ ଗୁରୁତରଙ୍କ ବୁଧବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ମଙ୍ଗଳବାର ଅପରାହ୍ନରେ ଜମନକିରା ବ୍ଲକ ମୁଢେନପାଲି ପଞ୍ଚାୟତ ଗୋପିକଟାର ପ୍ରସନ୍ନ ମିର୍ଦ୍ଧା (୨୩) ଏବଂ ବଡ଼ରମା ପଞ୍ଚାୟତ ଉଡ଼ିଶୁଙ୍ଗ ଗାଁର ଯୁଗଳ ପ୍ରଧାନ(୪୮) ଦୁଇଜଣ ମିଶି ଜମନକିରାକୁ ନିଜ ବାଇକ( ଓଡି୧୫ ୬୬୬୩)ରେ କୌଣସି କାମରେ ଆସି ଫେରୁଥିଲେ। ତେବେ ଫେରିବା ବେଳେ ପିଠାମାରେନ ପୋଲ ନିକଟରେ ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଫଳରେ ଗୁରୁତର ଅବସ୍ଥାରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପ୍ରଥମେ ଜମନକିରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ଚିକିତ୍ସା କରାଇଥିଲେ। ମାତ୍ର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉଭୟଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ କାଲି ରାତିରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Share