ବାଇକ ଦୁର୍ଘଟଣା: ୨ ଗୁରୁତର

ପାପଡ଼ାହାଣ୍ଡି,୨।୧୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ଦେଇ ଯାଇଥିବା ୨୬ ନଂ. ଜାତୀୟ ରାଜପଥ ଦୁଲପୁର ନିକଟରେ ମଙ୍ଗଳ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବାଇକ୍‌ ଆରୋହୀଙ୍କ ସହ ଜଣେ ଗୁରୁତର ହୋଇଛନ୍ତି। ସେମାନେ ସ୍ଥାନୀୟ ବଡ଼ କୁମୁଲି ଅଞ୍ଚଳର ଡମୁ ଏବଂ ଜଗନ୍ନାଥ ବୋଲି ଜଣାପଡିଛି। ଉଭୟ ନିଜ ଗ୍ରାମ ବଡ଼କୁମୁଲିରୁ ଏକ ବାଇକ୍‌ ଯୋଗେ ନୂଆକୋଟ ଯିବା ସମୟରେ ଦୁଲପୁର ନିକଟସ୍ତ ବୁଲାଣିରେ ବାଇକ ଦୁର୍ଘଟଣା ହୋଇଥିଲା । ସେମାନଙ୍କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Share