ଗଛରେ ପିଟି ହେଲା ବାଇକ: ଚାଲିଗଲା ୩ ଜୀବନ

ମାଲକାନଗିରି,୧୦ା୧୨(ଡି.ଏନ୍‌.ଏ.)-ମାଲକାନଗିରି କାଲିମେଳା ମୁଖ୍ୟରାସ୍ତା ଏମ୍‌ଭି-୧୬ ଗ୍ରାମ ନିକଟରେ ଗୁରୁବାର ବାଇକ୍‌ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ମୃତକମାନେ ହେଲେ ମୁକୁନ୍ଦ ପଡିଆମି (୩୦), ରାଜା ମାଢି (୪୨) ଓ ସିନ୍ଧ୍ରିମାଳ ଗ୍ରାମର ମାଳତି କରସ୍ତା (୧୫)। ଖବରରୁ ଜଣାପଡିଛି ଡ୍ୟାମ ସାଇଟର ତାଳଗୁଡା ଗ୍ରାମର ମୁକୁନ୍ଦ , ଶିଖପାଲି ଗ୍ରାମର ରାଜା ଓ ସୁନିତା ମାଢି (୧୭), ସିନ୍ଧ୍ରିମାଳ ଗ୍ରାମର ମାଳତି କରସ୍ତା (୧୫) ଏକ ବାଇକ୍‌ (ଓଡି ୩୦ଏ- ୯୯୩୪)ରେ ଆସୁଥିବା ବେଳେ ଏମ୍‌ଭି-୧୬ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱର ଏକ ଗଛରେ ପିଟି ହୋଇଯାଇଥିଲା। ଫଳରେ ଘଟଣା ସ୍ଥଳରେ ରାଜାଙ୍କ ମୃତ୍ୟୁ ହୋଇଥିଲା। ମୁକୁନ୍ଦ, ସୁନିତା ଓ ମାଳତିଙ୍କୁ ଗୁରୁତର ଅବସ୍ଥାରେ ମାଲକାନଗିରି ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୁକୁନ୍ଦ ଓ ମାଳତିଙ୍କୁ ମୃତ ଘୋଷଣା କରିଥିଲେ ା ସୁନିତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଛି। ଖବରପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି। ଘଟଣାର ତଦନ୍ତ ଜାରି ରହିଥିବା ଆଇଆଇସି ରାମ ପ୍ରସାଦ ନାଗ କହିଛନ୍ତି।

Share