ଭଦ୍ରକ ଅଫିସ,୧।୫: ବ୍ୟାଙ୍କ ଋଣ ଶୁଝି ସୁନା ଆଣିବାକୁ ଯାଉଥିଲେ। ବାଇକ୍ ଡିକିରେ ଟଙ୍କା ରଖି ମେଡିସିନ ଦୋକାନକୁ ଯାଇଥିଲେ । ହେଲେ ଫେରିଲା ବେଳକୁ ଡିକିରୁ ଟଙ୍କା ନେଇ ଦୁର୍ବୃତ୍ତ ଫେରାର। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନରେ। କୋଠାର ଗ୍ରାମର ଅଭିଜିତ ପୁଣ୍ଟିଆ ଭଦ୍ରକର ଏକ ଫାଇନାନ୍ସ କମ୍ପାନୀରୁ ସୁନା ବନ୍ଧକ ରଖି ଟଙ୍କା ନେଇଥିଲେ । ସୋମବାର ଋଣ ଶୁଝି ସୁନା ମୁକୁଳାଇବା ପାଇଁ ୧ ଲକ୍ଷ ୯୯ ହଜାର ଟଙ୍କା ଏକ ପଲିଥିନ ବ୍ୟାଗରେ ବାଇକ ଡିକିରେ ରଖିଥିଲେ। ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ନିକଟରେ ଏକ ମେଡିିସିନ ଦୋକାନ ଆଗରେ ବାଇକ ରଖି ମେଡିିସିନ କିଣିବା ପାଇଁ ଯାଇଥିଲେ। ଦୋକାନରୁ ଫେରିବା ପରେ ଡିକି ଖୋଲାଥିବା ଦେଖିଥିଲେ । ଡିକିରେ ଥିବା ଟଙ୍କା ଲୁଟ ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ସିସିଟିଭି ଯାଞ୍ଚ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।