Advertisement

ଷଣ୍ଢ ସହ ବାଇକ୍‌ ଧକ୍କା: ଚାଲିଗଲା ଯନ୍ତ୍ରୀଙ୍କ ଜୀବନ

ଆନନ୍ଦପୁର,୧୩ା୮(ସ୍ବ.ପ୍ର.): ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ରାମଚନ୍ଦ୍ର ମାରାଣ୍ଡିଙ୍କର ବାଇକ୍‌ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଘସିପୁରା ଥାନା ନାରଙ୍ଗପୁର ଛକ ନିକଟରେ ଏହି ବାଇକ୍‌ ଦୁର୍ଘଟଣା ଘଟିଥିଲା। ବାଇକ୍‌ ଯୋଗେ ନିଜ ଘର ହରିଚନ୍ଦନପୁର ଟାଙ୍ଗିରିଆପାଳରୁ ଆନନ୍ଦପୁର ଅଭିମୁଖେ ଫେରିବା ସମୟରେ ନାରଙ୍ଗପୁର ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଷଣ୍ଢ ସହିତ ତାଙ୍କ ବାଇକ୍‌ ଧକ୍କା ହୋଇଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ କେତେକ ଯୁବକ ନିକଟସ୍ଥ କେଶଦୁରାପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପରେ ତାଙ୍କୁ ଆନନ୍ଦପୁର ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯନ୍ତ୍ରୀ ରାମଚନ୍ଦ୍ର ୨୦୧୭ ନଭେମ୍ବରରୁ ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share