ଆସିକା,୨୭ା୨(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଆସିକା-ବ୍ରହ୍ମପୁର ୫୯ ନଂ. ଜାତୀୟ ରାଜପଥର ପିତଳ ଛକ ନିକଟରେ ଗୁରୁବାର ସନ୍ଧ୍ୟାରେ ପିକ୍ଅପ୍ ଭ୍ୟାନ୍ ସହ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା ା ଏଥିରେ ବାଇକ୍ ଚାଳକ ରାମଚନ୍ଦ୍ର ଜେନା (୪୮)ଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ରେବତୀ ଜେନା (୪୦) ଓ ଝିଅ ଆନି(୯) ଗୁରୁତର ଆହତ ହୋଇଛନ୍ତି।
ଆସିକା ଥାନା ଅନ୍ତର୍ଗତ ଗହଙ୍ଗୁ ପଞ୍ଚାୟତର ଦାନଚନ୍ଦନପେଡ଼ି ଗ୍ରାମର ରାମଚନ୍ଦ୍ର ତାଙ୍କ ସ୍ତ୍ରୀ ଓ ଝିଅଙ୍କୁ ନେଇ ବାଇକ୍ (ନଂ.ଓଆର ୦୭ଏଏ ୭୧୫୬)ରେ ଆସିକାରୁ ବ୍ରହ୍ମପୁର ଯାଉଥିଲେ। ପିତଳ ଛକ ନିକଟରେ ସମ୍ମୁଖରୁ ଆସୁଥିବା ପିକ୍ଅପ୍ ଭ୍ୟାନ (ନଂ.ଓଡି ୦୨ ବିଏନ-୨୭୫୧) ସହ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ବାପ, ମାଡ଼ ଓ ଝିଅ ତଳେ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ରାମଚନ୍ଦ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ା ମା’, ଝିଅଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡମେଡିକାଲକୁ ପଠାଇ ଦିଆଯାଇଛ।
ଆସିକା ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ା ଦୁର୍ଘଟଣାଗ୍ରସ୍ତ ଗାଡ଼ି ୨ଟିକୁ ଜବତ କରିବା ସହ ପିକ୍ଅପ୍ ଭ୍ୟାନ୍ ଚାଳକଙ୍କୁ ହିଞ୍ଜିଳି ଥାନାରେ ଅଟକ ରଖିଛି। ରାମଚନ୍ଦ୍ର ବ୍ରହ୍ମପୁରରେ ପାଠ ପଢୁଥିବା ତାଙ୍କ ବଡଝିଅକୁ ଦେଖିବା ଲାଗି ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ତାଙ୍କ ଭାଇ ଅନ୍ତର୍ଯ୍ୟାମୀ ଜେନା ସୂଚନା ଦେଇଛନ୍ତି।