ଅଠରନଳା ପୁରୁଣା ବ୍ରିଜ୍‌ରେ ବାଇକ୍‌ ଚଳାଚଳ ବନ୍ଦ

ପୁରୀ ଅଫିସ,୨୨।୧୨:ଅଠରନଳା ପୁରୁଣା ବ୍ରିଜ୍‌ ଉପରେ ଦୁଇଚକିଆ ଯାନ ଚଳାଚଳ ବନ୍ଦ ରହିବ। ଏ ନେଇ ପୁରୀ ଜିଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ସୋମବାର ଏ ସମ୍ପର୍କରେ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇ ସର୍ବସାଧାରଣଙ୍କୁ ଅବଗତ କରାଯାଇଛି। ପୂର୍ବରୁ ଜିଲା ପ୍ରଶାସନ ଏହି ବ୍ରିଜକୁ ବିପଦଜ୍ଜନକ ଘୋଷଣା କରିବା ସହ ଏହା ଉପରେ ଚାରିଚକିଆ ଯାନ ଚଳାଚଳ ବନ୍ଦ ରଖିଥିଲା। ଏବେ ଶ୍ରୀଜଗନ୍ନାଥ ମନ୍ଦିର ଖୋଲିବା ପରେ ଗହଳି ବଢ଼ିବ। ତେଣୁ ଏବେ ଚାରିଚକିଆ ଯାନ ସମେତ ବାଇକ୍‌ ଚଳାଚଳକୁ ମଧ୍ୟ ବନ୍ଦ କରାଯାଇଛି। ଏହି ପୁରୁଣା ବ୍ରିଜକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଅଞ୍ଚଳବାସୀଙ୍କ ଦାବି ପରେ ଜିଲା ପ୍ରଶାସନ ଏହି ବ୍ରିଜ୍‌ ଉପରେ ଦୁଇଚକିଆ ଯାନ ଚଳାଚଳ ଲାଗି ଅନୁମତି ଦେଇଥିଲେ। ମାତ୍ର ଏବେ ସୁରକ୍ଷା କାରଣ ଦର୍ଶାଇ ଦୁଇଚକିଆ ଯାନ ଚଳାଚଳକୁ ମଧ୍ୟ ବନ୍ଦ କରାଯାଇଛି। ଜିଲା ପ୍ରଶାସନର ଏହି ପଦକ୍ଷେପକୁ ସାଧାରଣରେ ସ୍ବାଗତ କରାଯାଇଛି।

Share