ଇଲେକ୍ଟ୍ରିଖୁଣ୍ଟରେ ପିଟିହେଲା ବାଇକ୍‌, ଚାଲିଗଲା ଚାଳକଙ୍କ ଜୀବନ

ବାଲିଗୁଡ଼ା,୬ା୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡ଼ା ପଞ୍ଚାୟତର ଡାବୁଲକିଆ ଗ୍ରାମରୁ ଗୁରୁବାର ମଧ୍ୟାହ୍ନରେ ଏକ ବାଇକ୍‌ରେ ତିନି ଜଣ ଯୁବକ ବାଟାଗୁଡ଼ା ଗ୍ରାମକୁ ଘରୋଇ ସାମଗ୍ରୀ କିଣିବାକୁ ଆସିବା ବେଳେ ଗୋପାଳପୁର-ରାୟପୁର ୫୯ ନଂ. ଜାତୀୟ ରାଜପଥ ବାଟାଗୁଡ଼ା ପୂର୍ବରୁ ଏକ ବୁଲାଣିରେ ଭାରସାମ୍ୟ ହରାଇ ଗୋଟିଏ ଇଲେକ୍ଟ୍ରି ଖୁଣ୍ଟରେ ବାଡ଼େଇ ହୋଇ ବାଇକ୍‌ ଚାଳକ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଦୁଇ ଜଣ ଯୁବକ ଗୁରୁତର ହୋଇଛନ୍ତି। ମୃତ ଯୁବକ ଜଣକ ଡାବୁଲକିଆ ଗ୍ରାମର ତ୍ରିନାଥ ମଲିକ (୧୯) ହୋଇଥିବା ବେଳେ ଦୁଇ ଯୁବକଙ୍କ ନାମ ବାପି ମଲିକ ଓ ସାମନ୍ତ ମଲିକ ବୋଲି ଜଣାପଡ଼ିଛି। ନିକଟରେ ଥିବା ଗ୍ରାମବାସୀ ସଙ୍ଗେ ସଙ୍ଗେ ବାଲିଗୁଡ଼ା ପୋଲିସକୁ ଜଣାଇବା ପରେ ବାଲିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଦୁଇ ଜଣକୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରି ତଦନ୍ତ ଅବ୍ୟାହତ ରଖିଛନ୍ତି।

Share