କାର୍‌କୁ ପିଟିଲା ବାଇକ୍‌: ୭ ଗୁରୁତର

ଛତ୍ରପୁର.୨୫।୩(ଦିଲୀପ ସାମଲ): ଗଞ୍ଜାମ ଜୟଶ୍ରୀ ଛକ ନିକଟ ଜାତୀୟ ରାଜପଥରେ ସୋମବାର ସାରେ ଏକ ସଡ଼କ ଦୁର୍ଘଟଣା ଘଟିଛି l ଏଥିରେ ୭ଜଣ ଗୁରୁତର ହୋଇଛନ୍ତି l

ମିଳିଥିବା ସୂଚନା ମୁତାବକ, ଏକ କାର୍‌(ନଂ.ଓଡି୦୨ଆର୍‌-୧୧୧୨) ଯୋଗେ ୫ଜଣ ବ୍ୟକ୍ତି ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଯାଉଥିଲେ। ହେଲେ ଜୟଶ୍ରୀ ଛକ ନିକଟର ଏକ ବାଇକ୍‌ ଭାର୍‌ସାମ୍ୟ ହରାଇ କାରକୁ ଧକ୍କା ଦେଇଥିଲା। ଫଳରେ ୨ ବାଇକ୍‌ ଆରୋହୀ ରାସ୍ତାରେ ଛିଟିକି ପଡି ଗୁରୁତର ହୋଇଥିଲେ। ଏପରିକି କାର୍‌ରେ ଥିବା ୫ଜଣ ମଧ୍ୟ ଆହତ ହୋଇଥିବା ଜଣାପଡିଛି। ଆହତମାନେ ପ୍ରଥମେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।