ଲୋଇସିଂହା,୧୩।୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ବରଗଡ ୨୬ ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ସାଲେଭଟା ଅଙ୍ଗନଦୀ ସେତୁ ପାଚେରିରେ ଏକ ବାଇକ ପିଟି ହେବାରୁ ଗୁରୁବାର ରାତିରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ବାଇକ ଆରୋହୀ ହେଲେ ସୁବର୍ଣ୍ଣପୁର ଜିଲା ଡୁଙ୍ଗରୀପାଲି ଥାନା ତମାମରା ଗ୍ରାମର ଅଭି ସୁନା (୩୨) ଓ ଅମିତ୍ ସାହୁ (୨୫)। ଖବର ପାଇ ସଲେଭାଟ ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ୍ କରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ପଠାଇଛି। ଦୁର୍ଘଟଣା ଗ୍ରସ୍ତ ପେସନ ପ୍ରୋ ବାଇକ କୁ ଜବତ୍ କରି ତଦନ୍ତ ଚଳାଇଛି।
ପ୍ରକାଶ ଯେ, ଅଭି ଓ ଅମିତ୍ କୌଣସି କାମରେ ବଲାଙ୍ଗୀର ଜିଲା ସାଲେଭଟା ଅଞ୍ଚଳକୁ ଆସି ବିଳମୱିତ ରାତିରେ ଘରକୁ ଫେରୁଥିବା ବେଳେ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲା ସୀମାନ୍ତରେ ଅବସ୍ଥିତ ଅଙ୍ଗନଦୀ ସେତୁ ପାଚେରୀ ତାଙ୍କ ବାଇକ ପିଟି ହୋଇଥିଲା। ଗୋଟିଏ ମୃତଦେହ ସେତୁ ପାଚେରୀରେ ଝୁଲି ରହିଥିବାବେଳେ ଅନ୍ୟ ଜଣକଙ୍କ ମୃତଦେହ ବାଇକ ନିକଟରେ ପଡି ରହିଥିବା ଲୋକେ ଦେଖିବାକୁ ପାଇଥିଲେ। ଅପରପକ୍ଷେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।