Categories: ଜାତୀୟ

ମତଦାନର ୭୨ ଘଣ୍ଟା ପୂର୍ବରୁ ବାଇକ୍‌ ରାଲି ବନ୍ଦ

ନୂଆଦିଲ୍ଲୀ,୨୩।୩ (ପି.ଟି.): ନିର୍ବାଚନ ହେବାକୁ ଥିବା ସମସ୍ତ ଆସନରେ ମତଦାନର ୭୨ ଘଣ୍ଟା ପୂର୍ବରୁ ବାଇକ୍‌ ରାଲିକୁ ନିର୍ବାଚନ କମିଶନ ନିଷିଦ୍ଧ କରିଛନ୍ତି। ଅର୍ଥାତ୍‌ ଭୋଟଦାନ ଦିନ ଏବଂ ଏହାର ପୂର୍ବ ୩ ଦିନ କୌଣସି ବାଇକ୍‌ ରାଲି ଆୟୋଜନ କରାଯାଇପାରିବ ନାହିଁ। ନିର୍ବାଚନ ହେବାକୁ ଯାଉଥିବା ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଓ ପୁଡ଼ୁଚେରୀର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ଇସି ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି ହୋଇଛି। ନିର୍ବାଚନ ଦିନ କିମ୍ବା ଏହା ପୂର୍ବରୁ ଅସାମାଜିକ ତତ୍ତ୍ୱମାନେ ଭୋଟରଙ୍କୁ ଭୟଭୀତ କରିବା ଲାଗି ବାଇକ ବ୍ୟବହାର କରୁଥିବା ନିର୍ବାଚନ କମିଶନଙ୍କ ଦୃଷ୍ଟିକୁ ଆସିବା ପରେ ଏଭଳି ପଦକ୍ଷେପ ନିଆଯାଇଛି। ଏ ସମ୍ପର୍କରେ ପ୍ରାର୍ଥୀ, ରାଜନୈତିକ ଦଳ ଏବଂ କମିଶନଙ୍କ ପର୍ଯ୍ୟବେକ୍ଷକମାନଙ୍କୁ ଜଣାଇ ଦେବା ସହ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି।

Share