ଗାଡ଼ି ଧକ୍କାରେ ଆଖିବୁଜିଲେ ବାଇକ୍‌ ଆରୋହୀ

ଦେବଗଡ଼,୬ା୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ଅନ୍ତର୍ଗତ ପଳସାକୁଦର ଛକଠାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଶନିବାର ଅପରାହ୍ନରେ ଦେବଗଡ ଥାନା ସୁନାମୁଣ୍ଡା ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁ (୬୦) ବାଇକ୍‌ ଯୋଗେ ବଳମ ଗ୍ରାମରେ ରହୁଥିବା ତାଙ୍କୁ ଝିଅ ଘରକୁ ଯାଉଥିଲେ । ପଳସାକୁଦର ଛକ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ସେ ବାଇକ୍‌କୁ ହଠାତ ପଛକୁ ବୁଲାଇବାକୁ ଉଦ୍ୟମ କରୁଥିବା ବେଳେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲେ। ପୂର୍ଣ୍ଣଚନ୍ଦ୍ର ରାସ୍ତା ଉପରକୁ ଛିଟିକୁ ପଡି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ଜବତ କରି ଜିଲା ମୁଖ୍ୟ ଚିକିତ୍ସାଳୟ ଶବାଗାରରେ ସଂରକ୍ଷିତ ରଖିଛି। ରବିବାର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଦେବଗଡ଼ ଅଦର୍ଶ ଥାନା ପୋଲିସ ଏକ ମାମଲା ରୁଜୁ କରି ଦୁର୍ଘଟଣାଗ୍ରସ୍ତ ବାଇକ୍‌ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ଜୟନ୍ତୀରେ ଖଣ୍ଡା ବୁଲାଇଲେ ବିଧାୟକ: ଚାରିଆଡ଼େ ଚର୍ଚ୍ଚା

ବରଗଡ଼, ୧୪।୪(ପ୍ରେମାନନ୍ଦ ଖମାରୀ): ସୋମବାର ସନ୍ଧ୍ୟାରେ ବରଗଡ଼ ସହରରେ ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ହୋଇଥିଲା। ସ୍ଥାନୀୟ ସମଲେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ବାହାରି...

ଘରକୁ ଫେରୁଥିଲେ ଧକ୍କାଦେଲା ସ୍କୁଟି: ୩ ଗୁରୁତର

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ): ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ଖାରିଗୁଡା ନିକଟରେ ସୋମବାର ସାରେ ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସ୍କୁଟିରେ ବସିଥିବା ଦୁଇଜଣ ଏବଂ...

ହନୁମାନ ଓ କରମସାନି ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ସୁକୁଡା ଗ୍ରାମରେ ନବର୍ନିମିତ ହନୁମାନ ମନ୍ଦିର ଓ କରମସାନି ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆରମ୍ଭ ହୋଇଛି।...

ଶିଶୁ ସାହିତ୍ୟ ସଂସଦର କବିତା ପାଠୋତ୍ସବ

ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଭାରତୀ ଶିଶୁ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଓଡ଼ିଶାର ବରପୁତ୍ରମାନଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଏକ କବିତା ପାଠୋତ୍ସବ...

ଏଣିକି ନିଜ ଲଢ଼େଇ ଲଢ଼ିବେ ଛାତ୍ରୀ

ବରଗଡ଼, ୧୪।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ପଞ୍ଚାୟତ ମହାବିଦ୍ୟାଳୟରେ ୮ଦିନ ବ୍ୟାପୀ ଚାଲିଥିବା ଛାତ୍ରୀମାନଙ୍କ ନିମିତ୍ତ ଉଦ୍ଦିଷ୍ଟ ଆତ୍ମରକ୍ଷା ତାଲିମ ଶିବିର  ଉଦ୍‌ଯାପିତ ହୋଇଯାଇଛି। ପ୍ରଶିକ୍ଷିକା ଜ୍ୟୋତ୍ସ୍ନା...

ଝିପିଝିପି ବର୍ଷାରେ ବିଦ୍ୟୁତ କାଟ: ଘଣ୍ଟାଘଣ୍ଟା ଧରି ଅନ୍ଧାରରେ ଅଞ୍ଚଳବାସୀ 

ଦାରିଙ୍ଗବାଡି,୧୪।୪(ଅରୁଣ ସାହୁ ): ସାମାନ୍ୟ ଝିପିଝିପି ବର୍ଷାରେ ଘଣ୍ଟାଘଣ୍ଟା ଧରି ବିଦ୍ୟୁତ୍‌ କାଟ। ଏଭଳି ଘଟଣା ଦେଖିବାକୁ ମିଳିଛି  କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି...

ଅକ୍ଷର ପଟେଲଙ୍କୁ ୧୨ଲକ୍ଷ ଜରିମାନା

ନୂଆଦିଲ୍ଲୀ, ୧୪ା୪: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଆଇପିଏଲ୍‌ ଗେମ୍‌ରେ ସ୍ଲୋ ଓଭର ରେଟ୍‌ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଅକ୍ଷର ପଟେଲକଙ୍କୁ ୧୨ ଲକ୍ଷ ଟଙ୍କ...

ସିଏସ୍‌କେରେ ଯୋଗ ଦେବେ ଆୟୁଷ

ଚେନ୍ନାଇ,୧୩ା୪: ଋତୁରାଜ ଗାଏକ୍ୱାଡଙ୍କ ବଦଳ ଖେଳାଳି ଭାବେ ଆୟୁଷ ମହାତ୍ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦଳରେ ଯୋଗ ଦେବେ। ଏଲବୋରେ ଫ୍ରାଚକର ଯୋଗୁ ଗାଏକ୍ୱାଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image