ବାଇକ୍‌କୁ ଧକ୍କା ଦେଇ ଫେରାର ହୋଇଗଲା ଚାଳକ

ବ୍ରହ୍ମପୁର,୨ା୭(ସୁବାସ ଚନ୍ଦ୍ର ପାଢ଼ୀ): ଗୋପାଳପୁର ଜଙ୍କଶନ ନିକଟ ଜାତୀୟ ରାଜପଥରେ କୌଣସି ଏକ ଗାଡ଼ି ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ମୃତ୍ୟୁ ଘଟିଛି। ସେ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ କୋଳଥିଗାଁର ଶରତ ଜେନାଙ୍କ ପୁଅ ସୁବ୍ରତ(୩୨)। ଟ୍ରାଫିକ ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି। ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ସଂଗ୍ରହ କରି ଦୁର୍ଘଟଣା ଘଟାଇଥିବା ଗାଡ଼ି ଓ ଚାଳକଙ୍କୁ ଠାବ କରିବା ପାଇଁ ପୋଲିସ ପ୍ରୟାସ କରୁଛି। ପ୍ରକାଶ ଯେ, ସୁବ୍ରତ କୌଣସି କାରଣରୁ ଶୁକ୍ରବାର ରାତିରେ ବାଇକ ନେଇ ଘରୁ ବାହାରକୁ ଯାଇଥିଲେ। ଜାତୀୟ ରାଜପଥରେ ବିଳମ୍ବିତ ରାତିରେ କୌଣସି ଏକ ଗାଡ଼ି ତାଙ୍କ ବାଇକକୁ ଧକ୍କା ଦେଇ ଚାଲିଯାଇଥିଲା। ଫଳରେ ସୁବ୍ରତ ବାଇକ୍‌ରୁ ଛିଟିକି ପଡ଼ି ଗୁରୁତର ହୋଇଥିଲେ। ଖବରପାଇ ଆମ୍ବୁଲାନ୍ସ ତାଙ୍କୁ ଉଦ୍ଧାର କରି ଏମ୍‌କେସିଜି ମେଡିକାଲରେ ଭର୍ତ୍ତ କରିଥିଲା। ସେଠାରେ ସୁବ୍ରତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଟ୍ରାଫିକ ପୋଲିସ ଏ ନେଇ ପରିବାର ଲୋକଙ୍କୁ ଖବର ଦେଇଥିଲା। ସେ ମେଡିକାଲରେ ପହଞ୍ଚି ପୁଅ ମୃତଦେହ ଚିହ୍ନଟ କରିଥିଲେ। ଏନେଇ ପୋଲିସ ଏକ ମାମଲା (ନଂ. ୨୨୪/୨୩) ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

 

Share