Categories: ଫୁରସତ

ଚଳନ୍ତା ବାଇକ୍‌ରେ  ସ୍ତ୍ରୀଙ୍କୁ ଟାଙ୍କି ଉପରେ ବସାଇ କରୁଥିଲେ ରୋମାନ୍ସ, ଆଉ ତା’ପରେ…

ହାପୁଡର ଦିଲ୍ଲୀ-ମୋରଡାବାଦ ରାଜପଥରେ ନବ ବିବାହିତ ଦମ୍ପତିଙ୍କ ରୋମାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓ ଦେଖିବା ପରେ ଏହାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏହା   ଶୋଭା ଦେଉ ନ ଥିବା ଲୋକେ କହିଛନ୍ତି। ଛୋଟ ପିଲାମାନଙ୍କ ଉପରେ ଏହାର ନକାରାତ୍ମକ ପ୍ରଭାବ ପକାଇବ। ଏହା ବ୍ୟତୀତ ଟ୍ରାଫିକ ନିୟମକୁ ମଧ୍ୟ ଖଣ୍ଡନ କରାଯାଇଛି। ବିନା ହେଲମେଟ୍‌ରେ ସ୍ବାମୀ ବାଇକ ଚଳାଇ ଟାଙ୍କି ଉପରେ ତାଙ୍କ ସ୍ତ୍ରୀଙ୍କୁ  ବସାଇ ରୋମାନ୍ସ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଜଣେ ଯାତ୍ରୀ ଏହାର ଏକ ଭିଡିଓ ପ୍ରସ୍ତୁତ କରି ଏହାକୁ ଭାଇରାଲ କରିଥିଲେ।
ସ୍ତ୍ରୀଙ୍କୁ ଟାଙ୍କି ଉପରେ ବସାଇ  ଆଲିଙ୍ଗନ କରୁଛନ୍ତି ସ୍ବାମୀ।
ଉଭୟ ମୋରଡାବାଦର ବାସିନ୍ଦା ବୋଲି କୁହାଯାଉଛି। ଉଭୟ ନିକଟରେ  ବିବାହ କରିଥିଲେ। ତଦନ୍ତ ପରେ ହାପୁଡ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି।
Share