ଦୁଆର ମୁହଁରୁ ନେଇଗଲେ ବାଇକ୍‌

ରାଉରକେଲା ଅଫିସ,୨୨।୧୦: ସେକ୍ଟର-୧୯ ସ୍ଥିତ ଏ’ ବ୍ଲକ କ୍ୱାଟର୍ସର ଦୁଆର ମୁହଁରୁ ଏକ ବାଇକ୍‌ ଚୋରି ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ହେଲେ ଭବାନୀ ବାଗ(୨୯)।

ପୋଲିସ କହିବା ମୁତାବକ, ଏ ବ୍ଲକ କ୍ୱାଟର୍ସ ନଂ.୨୧୮ରେ ନୀର ମାଧବ ପାତ୍ର ପରିବାର ସହ ରହୁଛନ୍ତି। ଗୁରୁବାର ରାତିରେ ସେ ତାଙ୍କ ବାଇକ୍‌ ଘର ଦୁଆର ମୁହଁରେ ରଖି ପଡୋଶୀ ଘରକୁ ଯାଇଥିଲେ। କିଛି ସମୟ ପରେ ତାଙ୍କ ବାଇକ୍‌କୁ କେହି ଦୁର୍ବୃତ୍ତ ନେଇ ଫେରାର ହୋଇଯାଇଥିଲା। ଏନେଇ ନୀର ମାଧବ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭତ୍ତି କରି ପୋଲିସ ଘଟଣାର ତଦନ୍ତ ପରେ ଶୁକ୍ରବାର ସକାଳେ ସେକ୍ଟର-୨୦ ସ୍ଥିତ ପମ୍ପ ହାଉସ ନିକଟରୁ ଚୋରି ବାଇକ୍‌ ଜବତ କରିଥିଲା। ପରେ ପୋଲିସ ମିଶ୍ର ଖଟାଲ ବସ୍ତିରୁ ଅଭିଯୁକ୍ତ ଭବାନୀଙ୍କୁ ଧରିବାରେ ସଫଳ ହୋଇଥିଲା। ଏନେଇ ପୋଲିସ ଏକ ମାମଲା (ନଂ.୭୬/୨୧) ରୁଜୁ କରିଛି।