Categories: ଜାତୀୟ

ଚାଇନା ଗୁଡି ସୂତା ନେଲା ଆଉ ଜଣଙ୍କ ଜୀବନ

ନୂଆଦିଲ୍ଲୀ,୧୩ ।୮: ରାଜଧାନୀ ଦିଲ୍ଲୀରେ ଚାଇନା ଗୁଡି ଉଡାଇବା ଘଟଣା କମିବାର ନାଁ ନେଉନି । ଦିଲ୍ଲୀର ଶାସ୍ତ୍ରୀ ପାର୍କ ଅଞ୍ଚଳରେ ଚାଇନା ଗୁଡି ସୂତାରେ କଟିଯାଇ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତକ ହେଲେ ବିପିନ କୁମାର । ସୂଚନାଯୋଗ୍ୟ, ଗୁରୁବାର ରାକ୍ଷୀ ବାନ୍ଧି ସାରିବା ପରେ ସେ ପତ୍ନୀ ଓ ପିଲାଙ୍କୁ ଧରି ଶ୍ୱଶୁର ଘରକୁ ଯାଉଥିଲେ । ଶାସ୍ତ୍ରୀପାର୍କ ଫ୍ଲାଇଓଭର ଉପରେ ଯାଉଥିବା ବେଳେ ତାଙ୍କ ବେକରେ ଚାଇନା ଗୁଡି ସୂତା ଲାଗିଯାଇଥିଲା । ଫଳରେ ଗଭିର ଭାବେ ତାଙ୍କ ବେକ କଟିଯାଇଥିଲା । ତୁରନ୍ତ ତାଙ୍କୁ ସିଭିଲ ଲାଇନ ହସ୍ପିଟାଲ ନିଆଯାଇଥିଲେ ସୁଦ୍ଧା ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି । ସୂଚନାଯୋଗ୍ୟ, ଦେଶର ଅଧିକାଂଶ ଭାଗରେ ସ୍ୱାଧିନତା ଦିବସ, ରାକ୍ଷୀ ପୂର୍ଣ୍ଣିମା ଓ ମକର ସଂକ୍ରାନ୍ତି ଅବସରରେ ଗୁଡି ଉଡାଇବା ସଉକ ରହିଛି । ଯାହା ଏବେ ପ୍ରାଣଘାତୀ ପାଲଟିଛି ।

Share