
ପାଟଣା,୨୫।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ନମ୍ବର ମୁମ୍ବାଇ କଲିକତା ଜାତୀୟ ରାଜପଥର ହାତୀବାରୀ ନିକଟରେ ଏକ ଟ୍ରକ ବାଇକ ଆରୋହୀଙ୍କୁ ଧକ୍କା ଦେବା ଫଳରେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତକ ଜଣକ ବାରିଆ ଥାନା ସରାସିଙ୍ଗା ଗ୍ରାମର ଲମ୍ବଦର ମହାପାତ୍ରଙ୍କ ଏକ ମାତ୍ର ପୁଅ ବାପୁନ (୨୫) ବୋଲି ଜଣାପଡ଼ିଛି। ପରିଚୟ ମିଳି ନ ଥିବାବେଳେ ଦୁର୍ଘଟଣା ଘଟାଇ ଫେରାର ହେଉଥିବା ଟ୍ରକକୁ କିଛି ଦୁରରେ ଲୋକେ ଅଟକାଇ ତୁରୁମୁଙ୍ଗା ପୋଲିସର ଜିମା ଦେଇଛନ୍ତି।