ଟ୍ରକ ଧକ୍କାରେ ଚାଲିଗଲା ବାଇକ ଚାଳକଙ୍କ ଜୀବନ: ଜାତୀୟ ରାଜପଥ ଅବରୋଧ

ଗୋପାଳପୁର,୧୦/୦୩(ନବୀନ ରାଜ ଆଚାରୀ):୧୬ ନମ୍ବର ଜାତୀୟ ରାଜପଥ ଗୋଳନ୍ଥରା ଅଧିନସ୍ଥ କନିଷି ଗ୍ରାମ ଛକଠାରେ ଏକ ଟ୍ରକ ଯୁବକଙ୍କୁ ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଯୁବକ ଜଣକ ହେଲେ ଦୁମୀଦୁମୀ ଗ୍ରାମ ଚିଣ୍ଟୁ ବାବୁ ବୋଲି ସୂଚନା ମିଳିଛି l କନିଷି ଗ୍ରାମବାସୀ ଜାତୀୟ ରାଜପଥରେ ତୁରନ୍ତ ସରବିଶ ରୋଡ଼, ବିଶ୍ରାମଗାର ଓ ଓଭରବ୍ରିଜ ନିର୍ବାଣ ଦାବିରେ ଗ୍ରାମବାସୀ ଜାତୀୟ ରାଜପଥ ଅବରୋଧ କରିଛନ୍ତି।
ସୂଚନା ଅନୁସାରେ ଏହି ଥାନା ଅଧିନସ୍ଥ ରାତି ପ୍ରାୟ ସାଢେ ୮ଟାବେଳେ କନିଷି ଗାଁ ଛକ ଠାରେ ଦୁଇଟି ସ୍କୁଟି ମଧ୍ୟରେ ସାମାନ୍ୟ ଦୁର୍ଘଟଣା ଘଟିବା ପରେ ଉଭୟ ଚାଳକ ରାଜପଥ ଉପରେ ଠିଆ ହୋଇ ଗଣ୍ଡଗୋଳ କରୁଥିଲେ। ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଉଥିବା ବାଇକ ( ଓଡି୦୭ ଏଏନ୮୬୯୨) ଚିଣ୍ଟୁ ବାବୁ ଠିଆ ହୋଇ ଦେଖୁଥିବା ସମୟରେ ପଛପଟୁ ଦ୍ରୁତଗାମୀ ଏକଟ୍ରକ(ଏ ପି ୩୦ ୟାଇ ୫୫୫୮) ଧକ୍କା ଦେଇଥିଲା । ଫଳରେ ବାଇକରେ ଥିବା ଚାଳକ ଜଣଙ୍କ ଚିଣ୍ଟୁ ବାବୁ ଛିଟିକି ରାସ୍ତା ଉପରେ ପଡ଼ିଯାଇ ମୃତ୍ୟୁବରଣ କରିଥିଲେ। ପରେ କନିଷି ର ଶତାଧିକ ଲୋକ ଜାତୀୟ ରାଜପଥ ଅବରୋଧ କରିବା ସହ ଓଭରବ୍ରିଜ ନିର୍ମାଣ କରିବାକୁ ଦାବି କରରିଛନ୍ତି। ଉଭୟ ପଟେ ୨ କିମି ଦୂରତ୍ୱ ପର୍ଯ୍ୟନ୍ତ ଶତାଧିକ ଗାଡି ଅଟକି ରହିଛି l ଖବର ପାଇ ସଦର ଏସଡିପିଓ ଶୁଭ୍ରାଂଶୁ ପରିଡା ଓ କନିସି ଅତିରିକ୍ତ ତହସିଲଦାର ସୋମେଶ ରଣବୁଜୁଳି ଲୋକଙ୍କୁ ବୁଝାସୁଝା ପରିବା ପରେ ରାସ୍ତାରୋକୋ ହଟିଥିଲା। ପୋଲିସ ମୃତ୍ୟୁଦେହ ଜବତ କରି ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛନ୍ତି l ଦୁର୍ଘଟଣା ଘଟିଥିବା ଟ୍ରକକୁ ପୋଲିସ ନିଜ ହେପାଜତକୁ ନେଇଥିବା ଜଣାପଡିଛି l