‘ବିକ୍ରମ ଭେଧା’ର ଟ୍ରେଲ୍‌ର ରିଲିଜ୍‌ : ଗ୍ୟାଙ୍ଗଷ୍ଟର୍‌ ଭୂମିକାରେ ହ୍ରିତିକ୍‌

ବଲିଉଡ୍‌ର ରକ୍‌ଷ୍ଟାର ହ୍ରିତିକ୍‌ ରୋଶନ ଏବଂ ସୈଫ୍‌ ଅଲି ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ବିକ୍ରମ ଭେଧା’ର ଟ୍ରେଲ୍‌ର ରିଲିଜ୍‌ ହୋଇଯାଇଛି। ଟ୍ରେଲ୍‌ରଟି ଦେଖିବା ପରେ ଦର୍ଶକ ପ୍ରଶଂସା କରିଛନ୍ତି। ଦୁଇ ମିନିଟ ପଚାଶ ସେକେଣ୍ଡର ଏହି ଟ୍ରେଲରେ ହ୍ରିତିକ୍‌ ଜଣେ ଗ୍ୟାଙ୍ଗଷ୍ଟର୍‌ ଭୂମିକାରେ ନଜର ଆସୁଥିବା ବେଳେ ସୈଫ ଜଣେ ପୋଲିସ କର୍ମଚାରୀ ଭୂମିକାରେ ନଜର ଆସିଛନ୍ତି। ଏହା ସହିତ ଏକ ଭଲ ବ୍ୟାକ୍‌ ଗ୍ରାଉଣ୍ଡ ମ୍ୟୁଜିକ୍‌ ମଧ୍ୟ ବାଜୁଛି, ଯାହା ଲୋକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିବ।ରାଧିକା ଆପ୍ଟେ ଏହି ଫିଲ୍ମରେ ସୈଫଙ୍କ ସ୍ତ୍ରୀ ଭୂମିକାରେ ନଜର ଆସିଛନ୍ତି। ପୁଷ୍କର ଗାୟତ୍ରୀ ନିର୍ଦ୍ଦେଶିତ ଏହି ଫିଲ୍ମଟି ସେପ୍ଟେମ୍ବର ୩୦ରେ ରିଲିଜ୍‌ ହେବାକୁ ଯାଉଛି।

Share