କରୋନା ସହ ଲଢ଼େଇରେ ହାରିଗଲେ ଆଉ ଜଣେ ଅଭିନେତା; ଶୋକରେ ବୁଡ଼ିଲା…

ବମ୍ବେ: କରୋନାରେ ଆଖି ବୁଜିଲେ ଆଉ ଜଣେ କଳାକାର। ବଲିଉଡ୍‌ ତଥା ଟେଲିଭିଜନର ଲୋକପ୍ରିୟ ଅଭିନେତା ବିକ୍ରମଜିତ କନ୍‌ଓ୍ବରପାଲଙ୍କ ପରଲୋକ ଘଟିଛି। ସେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏବେ ତାଙ୍କ ଦେହାନ୍ତ ଖବର ଶୁଣି କଳାକାରଜଗତରେ ଶୋକର ଛାୟା ଖେଳିଯାଇଛି।

ବିକ୍ରମଜିତ ଅନେକ ଟେଲିଭିଜନ ଧାରାବାହିକ ସହ ଫିଲ୍ମରେ ସହ କଳାକାର ଭୂମିକା ନିର୍ବାହ କରୁଥିଲେ। ଫିଲ୍ମ ନିର୍ଦ୍ଦେଶକ ଏବଂ ନିର୍ମାତା ଅଶୋକ ପଣ୍ଡିତ ତାଙ୍କ ଦେହାନ୍ତ ନେଇ ସ୍ପଷ୍ଟ କରିଛନ୍ତି। ସେ ଟୁଇଟରରେ ଶ୍ରଦ୍ଧାଞ୍ଜଳି ଦେଇ ଲେଖିଛନ୍ତି, ମେଜର ବିକ୍ରମଜିତଙ୍କ ମୃତ୍ୟୁ କରୋନାରେ ହୋଇଛି। ଏହି ଖବର ଶୁଣି ମୁଁ ବହୁତ ଦୁଃଖି। ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ଯିଏ ଅନେକ ଫିଲ୍ମ ଏବଂ ଟେଲି ଧାରାବାହିକରେ କାମ କରିଛନ୍ତି। ତାଙ୍କ ପରିବାରକୁ ସମବେଦନା ଜଣାଉଛି ବୋଲି ସେ ଲେଖିଛନ୍ତି।

ତେବେ ବିକ୍ରମଜିତ ଭାରତୀୟ ସେନାରୁ ଅବସର ଗ୍ରହଣ କରିବା ପରେ ୨୦୦୩ରେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ସେ ‘ପେଜ୍‌-୩, ରକେଟ ସିଂହ: ସେଲ୍ସମ୍ୟାନ୍‌ ଅଫ୍‌ ଦ ଇଅର, ଆରକ୍ଷଣ, ମର୍ଡର-୨, ୨ ଷ୍ଟେଟ୍ସ ଏବଂ ଦ ଗାଜି ଆଟାକ୍‌ ଭଳି ଫିଲ୍ମରେ ଅଭିନୟ କରିଥିଲେ।

Share