Categories: ବାଣିଜ୍ୟ

ୟୁବିଓଆଇ ଓ କାର୍‌ ଡିଲରଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ

ଭୁବନେଶ୍ୱର,୨୦ା୧୦: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଓଆଇ) ଓ କାର୍‌ ଡିଲରମାନଙ୍କ ମଧ୍ୟରେ ଏକ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର ମୁଖ୍ୟ ସତ୍ୟବାନ ବେହେରାଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ସେହିଭଳି ବ୍ୟାଙ୍କର ଉପ-କ୍ଷେତ୍ରୀୟ ମୁଖ୍ୟ ଅଶୋକ ମିଶ୍ର ବୈଠକର ଆଭିମୁଖ୍ୟ ସମ୍ପର୍କରେ ମତ ପ୍ରକାଶ କରିଥିଲେ।

ଏଥିରେ ୬୫ ଜଣ କାର୍‌ ଡିଲର ଅଂଶ ଗ୍ରହଣ କରିଥିଲେ। ଅପରପକ୍ଷରେ ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ପ୍ରଭାକର ସାହୁ, ମୁଖ୍ୟ ପ୍ରବନ୍ଧକ ପ୍ରଶାନ୍ତ କୁମାର ନାୟକ ଏବଂ ଆର୍‌ଏଲ୍‌ପି ମୁଖ୍ୟ ଏଚ୍‌. କେ. ପାହି ଏଥିରେ ସହଯୋଗ କରିବା ସହ ଶାଖା ମୁଖ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ଉକ୍ତ ବୈଠକରେ ଡିଲରମାନେ ଉତ୍ତମ ପ୍ରଦର୍ଶନ କରିଥିବା ସହ ସେମାନେ ଆଗକୁ ୟୁବିଓଆଇ ମାଧ୍ୟମରେ ଆହୁରି ଭଲ ବ୍ୟବସାୟ କରିବେ ବୋଲି ଆଶା କରାଯାଉଛି।

Share