Categories: ଜାତୀୟ

ବିଲକିସ ବାନୋ ମାମଲା, ୧୩୪ ପୂର୍ବତନ ଅଧିକାରୀ ସିଜେଆଇଙ୍କୁ ଲେଖିଲେ ଚିଠି, ଭୁଲ ଫଇସଲାକୁ ସୁଧାରିବାକୁ ଅନୁରୋଧ…

ନୂଆଦିଲ୍ଲୀ, ୨୭।୮ : ବିଲକିସ ବାନୋ ମାମଲାରେ ଶନିବାର ୧୩୪ ଜଣ ପୂର୍ବତନ ସରକାରୀ ଅଧିକାରୀ ୧୧ ଜଣ ଦୋଷୀଙ୍କୁ ସମୟପୂର୍ବରୁ ମୁକ୍ତ କରିବା ବିରୋଧରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ୟୁୟୁ ଲଳିତଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଭୟାବହ ଭୁଲ ଫଇସଲାକୁ ସଂଶୋଧନ କରିବାକୁ ଚିଠିରେ ଅନୁରୋଧ କରାଯାଇଛି।

ଗୁଜରାଟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ଛାଡ ଆଦେଶକୁ ରଦ୍ଦ କରିବାକୁ ଏବଂ ଗଣବଳାତ୍କାର ତଥା ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡକୁ ପଠାଇବାକୁ ସେମାନେ ଅନୁରୋଧ କରିଛନ୍ତି।

ଚିଠିରେ ଉଲ୍ଲେଖ କରାଯାଇଛି ଯେ ଆମ ଦେଶର ଗୁଜରାଟରେ କିଛି ଦିନ ପୂର୍ବରୁ ଭାରତର ସ୍ବାଧୀନତାର ୭୫ ତମ ବାର୍ଷିକୀରେ ଯାହା ଘଟିଥିଲା ସେନେଇ ଆମେ ସ୍ତବ୍ଧ ହୋଇଯାଇଛୁ।

ଏହି ଚିଠିରେ ୧୩୪ ଜଣ ପୂର୍ବତନ ସରକାରୀ କର୍ମଚାରୀ ଦସ୍ତଖତ କରିଛନ୍ତି। ଏହି ଦସ୍ତଖତକାରୀଙ୍କ ମଧ୍ୟରେ ଦିଲ୍ଲୀର ପୂର୍ବତନ ଉପରାଜ୍ୟପାଳ ନଜୀବ ଜଙ୍ଗ, ପୂର୍ବତନ କ୍ୟାବିନେଟ ସଚିବ କେ.ଏମ ଚନ୍ଦ୍ରଶେଖର, ପୂର୍ବତନ ବୈଦେଶିକ ସଚିବ ଶିବଶଙ୍କର ମେନନ ଏବଂ ପୂର୍ବତନ ଗୃହ ସଚିବ ଜି.କେ ପିଲ୍ଲାଇ ଅଛନ୍ତି।

ପୂର୍ବତନ ସରକାରୀ କର୍ମଚାରୀମାନେ କହିଛନ୍ତି ଯେ ଦୋଷୀଙ୍କୁ ମୁକ୍ତ କରିବା ଯୋଗୁ ଦେଶରେ ଲୋକମାନଙ୍କ ମଧ୍ୟରେ ଆକ୍ରୋଶ ବଢ଼ିବାରେ ଲାଗିଛି। ଗୁଜରାଟ ସରକାରଙ୍କ ଏହି ନିଷ୍ପତ୍ତି ନେଇ ଆମେ ଗଭୀର ଭାବେ ଦୁଃଖିତ ଏବଂ ଆମେ ବିଶ୍ୱାସ କରୁ ଯେ ଏହା କେବଳ ସୁପ୍ରିମକୋର୍ଟର ମୁଖ୍ୟ ଅଧିକାର କ୍ଷେତ୍ର। ତେଣୁ ଏହି ଭୟାବ ଭୁଲ ଫିଇସଲାକୁ ସଂଶୋଧନ କରିବା ଶୀର୍ଷ କୋର୍ଟଙ୍କ ଦାୟିତ୍ୱ।

Share