Categories: ଜାତୀୟ

୫ ଉପଦେଷ୍ଟା କମିଟି ସଦସ୍ୟଙ୍କ ଭାଜପା ସହ ସମ୍ପର୍କ ଥିଲା

ଗୋଧ୍ରା,୨୦ା୮: ବହୁଚର୍ଚ୍ଚିତ ବିଲ୍‌କିସ ବାନୋ ଗଣବଳାତ୍କାର ଓ ହତ୍ୟା ମାମଲାରେ ୧୧ ଅପରାଧୀଙ୍କୁ ମୁକ୍ତ କରିଦେବା ଲାଗି ଗୁଜରାଟ ସରକାରଙ୍କ ଉପଦେଷ୍ଟା କମିଟି ସୁପାରିସ କରିଥିଲା। ଉକ୍ତ ସୁପାରିସକ୍ରମେ ସରକାରଙ୍କ ଏକ ପୁରୁଣା କ୍ଷମା ନୀତି ଆଧାରରେ ଗତ ସ୍ବାଧୀନତା ଦିବସ ଦିନ ୧୧ ଦୋଷୀଙ୍କୁ ଜେଲରୁ ମୁକ୍ତ କରିଦିଆଯାଇଥିଲା। ଏହାକୁ ବିରୋଧୀ ସମାଲୋଚନା କରିଛନ୍ତି। ଉପଦେଷ୍ଟା କମିଟିର ୧୦ ସଦସ୍ୟଙ୍କ ମଧ୍ୟରୁ ୫ ଜଣଙ୍କର ଭାଜପା ସହ ସମ୍ପୃକ୍ତି ଥିବା ଜଣାପଡ଼ିଛି। ଏକ ସରକାରୀ ଦସ୍ତାବିଜ ଅନୁଯାୟୀ ଉପଦେଷ୍ଟା କମିଟିରେ ୨ ଜଣ ଭାଜପା ବିଧାୟକ, ଜଣେ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରହିଥିବାବେଳେ ଅନ୍ୟ ଦୁଇଜଣଙ୍କର ଗୈରିକ ଦଳ ସହ ସମ୍ପର୍କ ରହିଥିଲା। ବିନିତା ଲେଲେ ସାମାଜିକ କର୍ମୀ ବୋଲି ଦସ୍ତାବିଜ୍‌ରେ ଉଲ୍ଲେଖ ରହିଛି। କିନ୍ତୁ ସୋସିଆଲ ମିଡିଆ ପ୍ରୋଫାଇଲ ଅନୁଯାୟୀ ସେ ଭାଜପା ସଦସ୍ୟ। ପବନଭାଇ ସୋନି ସାମାଜିକ କର୍ମୀ ବୋଲି ଦର୍ଶାଯାଇଥିଲେ ହେଁ, ଭାଜପା ଓ୍ବେବ୍‌ ପୃଷ୍ଠାରେ ସେ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଥିବା ଜଣାପଡ଼ିଛି।

Share