ଏଲନ ମସ୍କଙ୍କୁ ପ୍ରଶଂସାରେ ପୋତି ପକାଇଲେ ବିଲ ଗେଟ୍ସ

ଓ୍ବାଶିଂଟନ୍‌,୨୧।୭: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ ଟେସଲା ତଥା ଏକ୍ସର ମାଲିକ ଏଲନ ମସ୍କଙ୍କୁ ପ୍ରଶଂସା କରିଛନ୍ତି। ଏକ ସାକ୍ଷାତକାରରେ ଜଳବାୟୁ ପରିବର୍ତ୍ତନକୁ ନେଇ ଖୋଲା ମତ ରଖିଥିବା ବିଲ ଗେଟ୍ସ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼ିବାରେ ଟେସଲା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।
ଟେସଲାକୁ ପ୍ରଶଂସା କରି ବିଲ ଗେଟ୍ସ କହିଛନ୍ତି, ବୈଦ୍ୟୁତିକ ଯାନ କ୍ଷେତ୍ରରେ ଟେସଲା ବହୁତ ଭଲ କାମ କରିଛି। ଏଭଳି ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବ୍ରେକଥ୍ରୁ ପୁରସ୍କାର ବିତରଣ ଉତ୍ସବରେ ସେ ଏଲନ ମସ୍କଙ୍କ ସହ ହୋଇଥିବା ବାର୍ତ୍ତାଳାପ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି।
ଏହି ସାକ୍ଷାତକାରରେ ବିଲ ଗେଟ୍ସ ଏହା ମଧ୍ୟ କହିଛନ୍ତି, ନିକଟ ଅତୀତରେ ଏଲନ ମସ୍କ ଜଳବାୟୁ ପରିବର୍ତ୍ତନ ପ୍ରତି ଧ୍ୟାନ ଦେଇଛନ୍ତି ଏବଂ ଏହା ସହ ଜଡିତ କମ ସୂଚନା ସର୍ବସାଧାରଣରେ ଉପସ୍ଥାପନ କରିଛନ୍ତି। ତେବେ ସେ ଏହି କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ କରିଛନ୍ତି। ଟେସଲା ମାଧ୍ୟମରେ ସେ ସମଗ୍ର ବିଶ୍ୱରେ ବୈଦ୍ୟୁତିକ ଯାନର ଏକ ନୂତନ ବିପ୍ଳବ ଆଣିଛନ୍ତି, ଯାହା କଥାବାର୍ତ୍ତା ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ।
ଏଲନ ମସ୍କଙ୍କ ପ୍ରଶଂସା କରି ବିଲ ଗେଟ୍ସ କହିଛନ୍ତି, ମସ୍କ ଜଣେ ‘ସ୍ମାର୍ଟ’ ଏବଂ ‘ୟୁନିକ୍‌’ ବ୍ୟକ୍ତି। ମସ୍କ ଜାଣନ୍ତି କିପରି ତାଙ୍କ ବାର୍ତ୍ତା ଲୋକଙ୍କ ଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ହମାସ୍‌ ଶୀର୍ଷନେତା ୟାହୟା ସିନ୍‌ଓ୍ବର ନିହତ: ସ୍ପଷ୍ଟ କଲା ଇସ୍ରାଏଲ୍‌

ଦେଇର୍‌ ଅଲ୍‌-ବଲାହ, ୧୭ା୧୦: ଗାଜାରେ ଇସ୍ରାଏଲୀ ସେନାର ଆକ୍ରମଣରେ ହମାସ୍‌ର ଶୀର୍ଷନେତା ୟାହୟା ସିନ୍‌ଓ୍ବରଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ୍‌ କର୍ତ୍ତୃପକ୍ଷ ଏନେଇ ଗୁରୁବାର ରାତିରେ ସ୍ପଷ୍ଟ...

ସତରେ କ’ଣ ହମାସ ମୁଖ୍ୟଙ୍କର ହୋଇଛି ମୃତ୍ୟୁ? ଇସ୍ରାଏଲ ସେନାର ବଡ଼ ଦାବି

ଜେରୁଜେଲମ,୧୭।୧୦: ହାମାସ ମୁଖ୍ୟ ୟାହିୟା ସିନୱାରଙ୍କୁ ହତ୍ୟା କରାଯାଇଥିଲା କି? ଗାଜାରେ ତିନି ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ଇସ୍ରାଏଲ ସେନା ଦାବି କରିଛି। ବୋଧହୁଏ...

ଏବେ କେଉଁଠି ଅଛନ୍ତି ଶେଖ ହାସିନା? ବୈଦେଶିକ ମନ୍ତ୍ରଣାଳୟ ଦେଲା ଅପଡେଟ୍‌

ନୂଆଦିଲ୍ଲୀ,୧୭।୧୦: ବାଂଲାଦେଶରେ ହୋଇଥିବା ହିଂସା ପରେ ପ୍ରଧାନମନ୍ତ୍ରୀ ଶେଖ ହାସିନା ୫ ଅଗଷ୍ଟରେ ଦିଲ୍ଲୀ ପଳାଇଆସିଥିଲେ। ଏହା ପରେ ତାଙ୍କୁ ଗାଜିଆବାଦରେ ଶପିଂ କରୁଥିବା ଦେଖିବାକୁ...

କିଏ ସେହି ସୁନ୍ଦରୀ, ଯାହାଙ୍କ ସହିତ ଟ୍ରୁଡୋଙ୍କର ରହିଛି ସମ୍ପର୍କ! ଅନେକ ସମୟରେ ଏକାଠି ନଜର ଆସନ୍ତି

ଓଟାଓ୍ବା,୧୭।୧୦: କାନାଡା ଏବଂ ଭାରତ ତିକ୍ତତା ମଧ୍ୟରେ କାନାଡାର ବୈଦେଶିକ ମନ୍ତ୍ରୀ ମେଲୋନି ଜୋଲି ମଧ୍ୟ ଏହି ଚର୍ଚ୍ଚାରେ ଅଛନ୍ତି। ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା...

ହାସିନାଙ୍କ ମୁଣ୍ଡରେ ଗିରଫ ତଲଓ୍ବାର! ନଭେମ୍ବର ୧୮ରେ କୋର୍ଟରେ ହାଜର ନିର୍ଦ୍ଦେଶ

ଢାକା,୧୬।୧୦: ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ଗୁରୁବାର ବାଂଲାଦେଶ କୋର୍ଟ ଗିରଫ ୱାରେଣ୍ଟ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟରେ କ୍ଷମତାରୁ ହଟାଯିବା...

ଜୟଶଙ୍କରଙ୍କୁ ନେଇ ମିଛ କହୁଛି ପାକିସ୍ତାନୀ ଗଣମାଧ୍ୟମ

ନୂଆଦିଲ୍ଲୀ,୧୭।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଏସ୍‌ସିଓ ସମ୍ମିଳନୀ ଲାଗି ପାକିସ୍ତାନ ଗସ୍ତରେ ଅଛନ୍ତି। ହେଲେ ଏହି ଗସ୍ତକୁ ନେଇ ପାକିସ୍ତାନୀ ଗଣମାଧ୍ୟମ ପକ୍ଷରୁ ବଡ଼...

ହୋଟେଲ ବାଲକୋନିରୁ ଖସି ପଡ଼ି ଲୋକପ୍ରିୟ ହଲିଉଡ୍‌ ଷ୍ଟାରଙ୍କ ମୃତ୍ୟୁ, ପ୍ରଶଂସକ ସ୍ତବ୍ଧ !

ମୁମ୍ବାଇ: ‘ଓ୍ବାନ୍‌ ଡାଇରେକ୍ସନ’ ବ୍ୟାଣ୍ଡର ପୂର୍ବତନ ସଦସ୍ୟ ଲିଆମ୍‌ ପେନ୍‌ଙ୍କ ଦେହାନ୍ତ ହୋଇଛି। ବୁଧବାର ଆର୍ଜେଣ୍ଟିନାର ବୁଏନୋସ୍‌ ଆଇରେସ୍‌ରେ ଥିବା ନିଜ ହୋଟେଲର ବାଲକୋନି ଖସି...

ସ୍ୱୀକାର କଲେ ଜଷ୍ଟିନ ଟ୍ରୁଡୋ, କାନାଡ଼ା ପାଖରେ ନାହିଁ ନିଜ୍ଜାର ହତ୍ୟାର ପ୍ରମାଣ

ନୂଆଦିଲ୍ଲୀ, ୧୬ା୧୦: ବୁଧବାର କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସ୍ୱୀକାର କରିଛନ୍ତି ଯେ କାନାଡା ମାଟିରେ ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜାରଙ୍କ ହତ୍ୟାକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri