ବିବାହ କଲେ ବିଲ୍‌ ଗେଟ୍‌ସଙ୍କ ଝିଅ

ଲଣ୍ଡନ,୧୯।୧୦: ବିଲ୍‌ ଗେଟ୍‌ସଙ୍କ ଝିଅ ଜେନିଫର୍‌ ଗେଟ୍‌ସ ବିବାହ କରିଛନ୍ତି। ଶନିବାର ସେ ତାଙ୍କର ପୁରୁଷ ବନ୍ଧୁ ନାଏଲ ନାସାରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନ୍ୟୁୟର୍କର ୱେଷ୍ଟଚେଷ୍ଟରରେ ସେମାନଙ୍କ ବିବାହ ସମ୍ପନ୍ନ ହୋଇଛି। ନାଏଲ ନାସାର ଜଣେ ଇଜିପ୍ଟିଆନ୍‌ ଓ ସେ ନିକଟରେ ଅଲିମ୍ପିକ୍ସରେ ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ। ବିଲ୍‌ ଗେଟ୍‌ସ ଓ ମେଲିଣ୍ଡା ଗେଟ୍‌ସଙ୍କ ଝିଅ ଜେନିଫର୍‌ ଜଣେ ମେଡିକାଲ ଛାତ୍ରୀ ଅଟନ୍ତି। ନାଏଲଙ୍କ ସହ ତାଙ୍କ ସମ୍ପର୍କ ବହୁ ପୁରୁଣା। ଦୁହିଁଙ୍କ ମଧ୍ୟରେ ଅନେକ ଦିନରୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସେମାନେ ୨୦୧୭ରୁ ପରସ୍ପରକୁ ଭେଟିବା ପରେ ଡେଟ୍‌ରେ ଯାଉଥିଲେ।
ତେବେ ଜେନିଫର୍‌ଙ୍କ ପାଇଁ ଏହି ବିବାହ ଏକ ସ୍ବପ୍ନ ଥିଲା। ବିବାହ ଦିନ ସେ ଧଳା ରଙ୍ଗର ଏକ ଗାଉନ୍‌ ପିନ୍ଧି ପରୀ ଭଳି ଦିଶୁଥିଲେ। ଏହି ବିବାହରେ ୬ଥାକର କେକ୍‌ ସହ ସୁନ୍ଦର ଆୟୋଜନ ପାଇଁ ଦାମୀ ଜିନିଷ ମାନ ବ୍ୟବହାର କରାଯାଇଛି। ତାଙ୍କ ବିବାହରେ ଯୋଗ ଦେଇଥିବା ସମସ୍ତ ଅତିଥିଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ସେ ନାଏଲଙ୍କ ପତ୍ନୀ ହୋଇ ନିଜକୁ ବହୁତ ସୌଭାଗ୍ୟବତୀ ମନେ କରିବା ସହ ତାଙ୍କ ସ୍ବପ୍ନ ପୂରଣ ହେବା ନେଇ ସେ ସୋସିଆଲ ମିଡିଆରେ କିଛି ହୃଦୟସ୍ପର୍ଶୀ ବାର୍ତ୍ତା ଲେଖିଛନ୍ତି।

Share