ମହିଳା କର୍ମଚାରୀଙ୍କ ସହ ଥିଲା ବିଲ୍‌ ଗେଟ୍ସଙ୍କ ପ୍ରେମ ସମ୍ପର୍କ, ଦେଉଥିଲେ ଏସବୁ ଅଫର

ମାଇକ୍ରୋସଫ୍ଟ ସଂସ୍ଥାପକ ଏବଂ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଭାବେ ଜଣାଶୁଣା ବିଲ୍‌ ଗେଟ୍ସ କିଛିଦିନ ତଳେ ସ୍ତ୍ରୀ ମେଲିଣ୍ଡାଙ୍କୁ ଛାଡ଼ପତ୍ର ଦେଇଥିବା ଘୋଷଣା କରିଥିଲେ। ମାତ୍ର ଏହା ପରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସୁଛି।

ଏକ ରିପୋର୍ଟ ଅନୁଯାୟୀ, ବିଲ୍‌ ଗେଟ୍ସ ବିବାହିତ ହୋଇଥିଲେ ମଧ୍ୟ କିଛି ମହିଳା କର୍ମଚାରୀଙ୍କ ସହ ଡେଟ୍‌ କରୁଥିଲେ। ଜଣେ ମହିଳା କର୍ମଚାରୀଙ୍କ ସହ ଗେଟ୍ସଙ୍କର ପ୍ରେମ ସମ୍ପର୍କ ମଧ୍ୟ ଥିଲା। ଡେଟ୍‌ରେ ଯିବା ପାଇଁ ମହିଳା କର୍ମଚାରୀଙ୍କୁ ବିଲ୍‌ ଗେଟ୍ସ ଅନେକ ଅଫର ଦେଉଥିବାର ମଧ୍ୟ ଶୁଣିବାକୁ ମିଳୁଛି।

୨୦୦୦ରେ ବିଲ୍‌ ଗେଟ୍ସ ମାଇକ୍ରୋସଫ୍ଟ କମ୍ପାନୀରେ କାମ କରୁଥିବା ଜଣେ ମହିଳା ଇଞ୍ଜିନିୟରଙ୍କ ସହ ରିଲେସନଶିପ୍‌ରେ ଥିଲେ। ଏହି ପ୍ରେମସମ୍ପର୍କ ସେତେବେଳେ ଜଣାପଡ଼ିଥିଲା ଯେତେବେଳେ ମହିଳାଜଣକ ୨୦୧୯ରେ କମ୍ପାନୀର ବୋର୍ଡ ଖାତାରେ ସମ୍ପର୍କ ବିଷୟରେ ଶେୟାର କରିଥିଲେ। ୧୯୯୪ରେ ବିଲ୍‌ ଗେଟ୍ସ ଏବଂ ମେଲିଣ୍ଡାଙ୍କ ବିବାହ ହୋଇଥିଲା।

ଏହା ପରେ କମ୍ପାନୀର ଏକ ବୋର୍ଡ କମିଟି ଏହି ଘଟଣାର ଯାଞ୍ଚ ଆରମ୍ଭ କରିଥିଲା। ଯାଞ୍ଚରେ ମାଇକ୍ରୋସଫ୍ଟ କର୍ମଚାରୀ ପୂରା ସହଯୋଗ କରିଥିଲେ। ମାତ୍ର ଯାଞ୍ଚ ସମ୍ପୂର୍ଣ୍ଣ ହେବା ପୂର୍ବରୁ ହିଁ ବିଲ୍‌ ଗେଟ୍ସ କମ୍ପାନୀରୁ ଇସ୍ତଫା ଦେଇଥିଲେ।

ଏକ ସାକ୍ଷାତକାରରେ କମ୍ପାନୀର ଜଣେ ପ୍ରବକ୍ତା କହିଥିଲେ କି, ଏହି ଇସ୍ତଫାରେ ଏହି ଘଟଣାର କୌଣସି ନେଣଦେଣ ନାହିଁ। ୨୦୨୦ରେ ବିଲ୍‌ ଗେଟ୍ସ ମାଇକ୍ରୋସଫ୍ଟ ବୋର୍ଡରୁ ଇସ୍ତଫା ଦେଇଥିଲେ। ଏହି ଦିନ ବିଲ୍‌ ଗେଟ୍ସଙ୍କ ବନ୍ଧୁ ତଥା ବିଶ୍ୱ ପ୍ରସିଦ୍ଧ ନିବେଶକ ଓ୍ବାରେ୍‌ ବଫେଟ୍‌ଙ୍କ ଦ୍ୱାରା ପରିଚାଳିତ ଓ୍ବାର୍କଶାୟର ହାଥଓ୍ବେ ବୋର୍ଡରୁ ମଧ୍ୟ ଇସ୍ତଫା ଦେଇଥିଲେ। ଇସ୍ତଫା ଦେବା ପରେ ବିଲ୍‌ ଗେଟ୍ସ କହିଛନ୍ତି, ସେ ଟେକ୍‌ ପରାମର୍ଶଦାତା ଭାବରେ ରହିବେ।

Share