ବିଲ ଗେଟସଙ୍କ ନୂଆ ଗର୍ଲ ଫ୍ରେଣ୍ଡ୍‌…

ଓ୍ବାଶିଂଟନ,୯।୨ : ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲିୟନେୟାର ବିଲ ଗେଟ୍ସ ବର୍ତ୍ତମାନ ନୂଆ ଗର୍ଲ ଫ୍ରେଣ୍ଡ୍‌ ପାଲା ହେର୍ଡଙ୍କ ସହ ସମ୍ପର୍କ ରଖିଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଉଭୟ ଏକ ବର୍ଷ ଧରି ପରସ୍ପରକୁ ଡେଟ କରୁଥିଲେ। ବିଲ ଗେଟସଙ୍କ ବୟସ ୬୭ ବର୍ଷ ହୋଇଥିବାବେଳେ ପାଲାଙ୍କୁ ୬୦ ବର୍ଷ। ଏହା ବ୍ୟତୀତ ପାଲା ମଧ୍ୟ ଓରାକଲ କମ୍ପାନୀର ପୂର୍ବତନ ସିଇଓ ମାର୍କ ହେଡଙ୍କ ସ୍ତ୍ରୀ। ମାର୍କ ହର୍ଡଙ୍କର ୨୦୧୯ ରେ ଦେହାନ୍ତ ହୋଇଥିଲା।

ଗତ ମାସରେ ଅଷ୍ଟ୍ରେଲୀୟ ଓପନରେ ବିଲ ଗେଟ୍ସ ଏବଂ ପାଲାଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏହାପୂର୍ବରୁ, ମାର୍ଚ୍ଚ ୨୦୨୨ ରେ ଇଣ୍ଡିଆନ ୱେଲ୍ସ ଟେନିସ ଟୁର୍ନାମେଣ୍ଟର ଡବ୍ଲୁଟିଏ ସେମିଫାଇନାଲ ମ୍ୟାଚ ରେ ଉଭୟଙ୍କ ଏକାଠି ବସିଥିବାର ଫଟୋ ମଧ୍ୟ ପ୍ରକାଶ ପାଇଥିଲା। ଉଭୟ ନିଜ ସମ୍ପର୍କକୁ ସର୍ବସାଧାରଣଙ୍କ ଦୃଷ୍ଟିରୁ ଦୂରେଇ ରଖିଛନ୍ତି। ପ୍ରକାଶ ଥାଉକି, ମିଡିଆ ରିପୋର୍ଟ ଅନୁଯାୟୀ, ଗତ ମାସରେ ପାଲା ବିଲ ଗେଟ୍ସଙ୍କ ସହିତ ସିଡନୀକୁ ଯାଇଥିଲେ, ଯେଉଁଠାରେ ସେ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଙ୍କୁ ଭେଟିଥିଲେ।

ବିଲ ଗେଟ୍ସଙ୍କ ବିଷୟରେ ଏହି ଖବର ତାଙ୍କ ପୂର୍ବତନ ପତ୍ନୀ ମିଲିଣ୍ଡା ଗେଷ୍ଟଙ୍କ ଛାଡପତ୍ରର ଦୁଇ ବର୍ଷ ପରେ ଆସିଛି। ବିବାହର ୨୭ ବର୍ଷ ପରେ ବିଲ ଗେଟ୍ସ ଏବଂ ମିଲିନ୍ଦ ମେ ୨୦୨୧ ରେ ଅଲଗା ହେବା ଘୋଷଣା କରିଥିଲେ। ସେହି ବର୍ଷ ଅଗଷ୍ଟରେ ଦୁହିଁଙ୍କର ଛାଡପତ୍ର ହୋଇଥିଲା।

 

 

Share