ସକାଳୁ ସକାଳୁ ବସ୍ତିରେ ପହଞ୍ଚିଲେ ବିଲ୍‌ ଗେଟ୍ସ: ଲୋକଙ୍କ ସହ କଥାହେଲେ

ଭୁବନେଶ୍ୱର,୨୮।୨: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ବୁଧବାର ଭୁବନେଶ୍ୱରସ୍ଥିତ ମା’ ମଙ୍ଗଳା ବସ୍ତିରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଛନ୍ତି । ଏହାସହ ବସ୍ତିରେ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ।
ପରେ ବିଲ ଗେଟ୍ସ କୃଷି ଭବନ ଗସ୍ତ କରିଛନ୍ତି। ସେଠାରୁ ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଗେଟ୍ସ ଫାଉଣ୍ଡେସନ ସହାୟତାରେ କୃଷି ସମୀକ୍ଷା କେନ୍ଦ୍ର କାର୍ଯ୍ୟ କରୁଛି। ଏହା ସମନ୍ବିତ ଚାଷ ପାଇଁ ଉନ୍ନତ ଜ୍ଞାନ କୌଶଳ ବାବଦରେ ଚାଷୀଙ୍କୁ ସୂଚନା ଦେଉଛି। ୨୦୨୧ ମସିହାରେ ବିଲ ଗେଟ୍ସ ଫାଉଣ୍ଡେସନ ସହ ଓଡ଼ିଶା ସରକାରଙ୍କ ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା।

Share