Categories: ଜାତୀୟ

ସାରା ବିଶ୍ୱପାଇଁ ଟିକା ପ୍ରସ୍ତୁତ କରିପାରେ ଭାରତ: ଗେଟ୍ସ

ନୂଆଦିଲ୍ଲୀ,୧୬।୭: ମାଇକ୍ରୋସଫ୍ଟର କୋ ଫାଉଣ୍ଡର ବିଲ୍‌ ଗେଟସ୍‌ଙ୍କର ଭାରତୀୟ ଫାର୍ମା କମ୍ପାନୀ ଉପରେ ରହିଛି ଭରସା। ସେ କହିଛନ୍ତି ଭାରତୀୟ ଫାର୍ମା କମ୍ପାନୀ ନିକଟରେ ଅଧିକ କ୍ଷମତା ରହିଛି। ସାରା ବିଶ୍ୱକୁ ଭାରତୀୟ ଔଷଧ ଓ ଟିକା କମ୍ପାନୀ ବହୁ ପରିମାଣରେ ସାମଗ୍ରୀ ପଠାଉଛି। ଅନ୍ୟପଟେ ଅନ୍ୟଦେଶ ତୁଳନାରେ ଭାରତରେ ଅଧିକ ଭ୍ୟାକ୍ସିନ ତିଆରି କରାଯାଉଛି। ସେରମ ଇନଷ୍ଟିଚ୍ୟୁଟ ସବୁଠାରୁ ବଡ ଉତ୍ପାଦକ ବୋଲି ସେ ମତ ଦେଇଛନ୍ତି। ଗେଟ୍ସ କହିଛନ୍ତି ଭାରତ ଏବେ କରୋନା ମହାମାରୀ ପାଇଁ ପ୍ରସ୍ତୁତ କରାଯାଉଥିବା ଭ୍ୟାକ୍ସିନ ବିକଶିତ କାମରେ ଯୋଗ ଦେଇଛି। ଭାରତରେ ବାୟୋଟିକ ଓ ଅନ୍ୟ କମ୍ପାନୀ ଥିବାରୁ ଏହା ସାରା ବିଶ୍ୱକୁ କରୋନା ମହାମାରୀ ପାଇଁ ଟିକା ଯୋଗାଇ ଦେବ ବୋଲି ଅନୁମାନ କରାଯାଉଛି। ଯେମିତି ଆଉ କିଛି ରୋଗପାଇଁ ଭାରତ ଭ୍ୟାକ୍ସିନ ମାମଲାରେ ଟିକେ ଆଗରେ ରହିଛି ଠିକ୍‌ ସେମିତି ଏବେ ମଧ୍ୟ ସେ ଆଗରେ ରହିବ ବୋଲି ଅନୁମାନ କରିଛନ୍ତି ଗେଟ୍ସ।

Share