ଓ୍ବାଶିଂଟନ,୧୬।୧: ମାଇକ୍ରୋସଫ୍ଟ ସଂସ୍ଥାପକ ତଥା ପୃଥିବୀର ଚତୁର୍ଥ ଧନୀକ ଭାବେ ଖ୍ୟାତି ହାସଲ କରିଥିବା ବିଲ୍ ଗେଟସ୍ ଏବେ ଆମେରିକାର ଏକ ନମ୍ବର ଚାଷୀ ପାଲଟିଛନ୍ତି। ସେ ଦେଶର ୧୮ଟି ରାଜ୍ୟରେ ମୋଟ ୨୪୨ ହଜାର ଏକର ଚାଷ ଜମି କିଣିଛନ୍ତି। କେବଳ ଚାଷ ଜମି ନୁହେଁ ସେ ୨୮, ୯୮୪ ଅନ୍ୟ ଜମି ମଧ୍ୟ କିଣିଛନ୍ତି। ଫଳରେ ୧୯ଟି ରାଜ୍ୟରେ ତାଙ୍କର ମୋଟ ଜମି ପରିମାଣ ୨,୬୮,୯୮୪ ଏକରରେ ପହଞ୍ଚିଛି। ଏରିଜୋନା ସ୍ଥିତ ଜମିରେ ସେ ସ୍ମାର୍ଟ ସିଟି ନିର୍ମାଣର ଯୋଜନା କରିଛନ୍ତି। ଲୁସିଆନାରେ ତାଙ୍କର ୬୯ ହଜାର ଏକର ଜମି ଥିବାବେଳେ ଅର୍କସସରେ ୪୮ ହଜାର ଏକର ଏବଂ ଏରିଜେନାରେ ୨୫ ହଜାର ଏକର ଚାଷ ଜମି ରହିଛି। ତେବେ ସେ କାହିଁକି ଏତେ ଜମି କିିଣିଛନ୍ତି ତାହା ଜଣାପଡ଼ି ନାହିଁ। ୨୦୧୮ରେ ବିଲ୍ ଗେଟସ୍ ନିଜ ରାଜ୍ୟ ଓ୍ବାଶିଂଟନରେ ୧୬ ହଜାର ଏକର ଜମି କିଣିଥିଲେ। ସେଥିମଧ୍ୟରେ ହେଭନ୍ ହିଲ୍ ଅଞ୍ଚଳର ୧୪,୫୦୦ ଏକର ଜମି ରହିଛି। ଏହି ଜମିକୁ ସେ ୧୨୫୧ କୋଟି ଟଙ୍କାରେ କିଣିଥିଲେ।