କରୋନା ମହାମାରୀ ନେଇ ବିଲ୍‌ ଗେଟସ୍‌ଙ୍କ ଚେତାବନୀ: ଆସନ୍ତା ୬ ମାସରେ ସ୍ଥିତି ହୋଇପାରେ ଅଧିକ ସଙ୍କଟ ଜନକ

ଓ୍ବାଶିଂଟନ,୧୪।୧୨: କରୋନା ମହାମାରୀ ନେଇ ମାଇକ୍ରୋସଫ୍ଟ ସହ ସଂସ୍ଥାପକ ବିଲ୍‌ ଗେଟସ୍‌ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ୪ରୁ ୬ ମାସ ସମୟ ପୃଥିବୀ ପାଇଁ ଅଧିକ ସଙ୍କଟ ଜନକ ହେବାର ଆଶଙ୍କା ରହିଛି। ଏବେ କରୋନା ଭୂତାଣୁ ଅଧିକ ସକ୍ରିୟ ହେବାର ଯଥେଷ୍ଟ ଆଶଙ୍କା ଅଛି। ତେଣୁ ମାସ୍କ୍‌ ପିନ୍ଧିବା ସହିତ କରୋନା ମାର୍ଗଦର୍ଶିକା ପାଳନ ଅପରିହାର୍ଯ୍ୟ ବୋଲି ସେ କହିଛନ୍ତି। ଏହି ମର୍ମରେ ଇନଷ୍ଟିଚ୍ୟୁଟ୍‌ ଫର୍‌ ହେଲଥ୍‌ ମ୍ୟାଟ୍ରିକ୍ସ ଆଣ୍ଡ ଇଭୋଲ୍ୟୁଶନ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ଦିନରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ପୁଣି ୨ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିବାର ଆଶଙ୍କା ରହିଛି। ଆମେରିକା ସମେତ ଅନ୍ୟ କେତେକ ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଆରମ୍ଭ ହୋଇଛି। ତେଣୁ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସଭିଏଁ ସତର୍କ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।

Share