ଦୀପାବଳିକୁ ସଂଘୀୟ ଛୁଟି ଘୋଷଣା ଲାଗି ଆମେରିକା କଂଗ୍ରେସରେ ବିଲ୍‌

ଓ୍ବାଶିଂଟନ, ୨୭ା୫(ପି.ଟି.): ଆଲୋକର ପର୍ବ ଦୀପାବଳିକୁ ଆମେରିକାରେ ସଂଘୀୟ ଛୁଟି ଭାବେ ଘୋଷଣା କରିବା ପାଇଁ ଜଣେ ଆଇନ ପ୍ରଣେତା ବିଲ୍‌ ଆଣିଛନ୍ତି। ଏହାକୁ ଦେଶର ବିଭିନ୍ନ ସମ୍ପ୍ରଦାୟ ପକ୍ଷରୁ ସ୍ବାଗତ କରାଯାଇଛି। ଦିଓ୍ବାଲି ଡେ’ ଆକ୍ଟ ଆମେରିକା କଂଗ୍ରେସରେ ଗୃହୀତ ହୋଇ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଦ୍ୱାରା ସ୍ବାକ୍ଷରିତ ହେଲେ ଦୀପାବଳି ଦେଶର ଦ୍ୱାଦଶ ସଂଘୀୟ ସ୍ବୀକୃତିପ୍ରାପ୍ତ ଛୁଟିଦିନ ହେବ। ସାରା ବିଶ୍ୱର କୋଟି କୋଟି ଲୋକ ଦୀପାବଳୀକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିବସ ଭାବେ ପାଳନ କରିଥାନ୍ତି। ଗ୍ରେସ୍‌ ମେଙ୍ଗ୍‌ ଶୁକ୍ରବାର ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ରେ ଉକ୍ତ ବିଲ୍‌ ଆଗତ କରିଥିଲେ। ସଂଘୀୟ ଛୁଟି ଘୋଷଣା ହେଲେ ଦୀପାବଳିକୁ ସବୁ ପରିବାର ସଦସ୍ୟ ଓ ବନ୍ଧୁମାନେ ଏକାଠି ପାଳନ କରିପାରିବେ।

Share