Categories: ବାଣିଜ୍ୟ

ଟିପିସିଓଡିଏଲ୍‌ର ବିଲ୍‌ ପେ ଆଣ୍ଡ ୱିନ୍‌ ସ୍କିମ୍‌

ଭୁବନେଶ୍ୱର ,୧।୧୦: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ସଫଳ ଯୋଜନା ‘ବିଲ୍‌ ପେ ଆଣ୍ଡ୍‌ ୱିନ୍‌’ ସ୍କିମ୍‌ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଟିପିସିଓଡିଏଲ୍‌ର ଏହି ଅଭିନବ ଅଭିଯାନ ଗ୍ରାହକମାନଙ୍କୁ ବେଶ୍‌ ଆକର୍ଷଣ କରିଛି। ଫଳରେ ସେମାନଙ୍କ ବକେୟା ତୁରନ୍ତ ପ୍ରଦାନ କରିବା ଏବଂ ଏକ ଶୂନ-ବକେୟା ଗ୍ରାହକରେ ପରିଣତ ହେବା ଲାଗି ଉକ୍ତ ଯୋଜନା ଗ୍ରାହକଙ୍କୁ ଉତ୍ସାହିତ କରୁଛି ଏବଂ ଏଥିରେ ଗ୍ରାହକଙ୍କ ଉଲ୍ଲେଖନୀୟ ଅଂଶଗ୍ରହଣ ଦେଖିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ଟିପିସିଓଡିଏଲ୍‌ର ବିସିଡିଡି-୧, ବିସିଡିଡି-୨, ବିଇଡି (ଭୁବନେଶ୍ୱର), ସିଡିଡି-୧, ସିଡିଡି-୨, ସିଇଡି (କଟକ), ଏସ୍‌ଇଡି (ସାଲେପୁର), ଜେଇଡି (ଜଗତ୍‌ସିଂହପୁର), କେଇଡି (କେନ୍ଦ୍ରାପଡ଼ା), ଏମ୍‌ଇଡି (ମାର୍ଶାଘାଇ), ବିଏଇଡି (ବାଲୁଗାଁ), ଏନ୍‌ୱାଇପି (ନିମାପଡ଼ା), ପିଇଡି (ପୁରୀ) ଓ ଟିଇଡି (ତାଳଚେର) ସମେତ ଟିପିସିଓଡିଏଲ୍‌ର ଏକାଧିକ ଡିଭିଜନକୁ ଉକ୍ତ ସ୍କିମ୍‌ରେ ସାମିଲ କରାଯାଇଛି, ଯାହା ଦ୍ୱାରା ବ୍ୟାପକ ବର୍ଗର ଗ୍ରାହକ ଉପକୃତ ହୋଇପାରିବେ। ସେହିଭଳି ଡିଜିଟାଲ୍‌ ପେମେଣ୍ଟ ଜରିଆରେ ବିଦ୍ୟୁତ୍‌ ବିଲ୍‌ର ପାରଦର୍ଶୀ ପରିଚାଳନା କରୁଥିବା ଗ୍ରାହକଙ୍କୁ ଟିପିସିଓଡିଏଲ୍‌ ପକ୍ଷରୁ ବିଭିନ୍ନ ଡିଭିଜନରେ ଷ୍ଟିମ୍‌ ଆଇରନ୍‌, ମୋବାଇଲ୍‌ ଫୋନ୍‌ ଓ କୁକ୍‌ଓୟାର ସେଟ୍‌ ଭଳି ୨୨୪ମୂଲ୍ୟବାନ୍‌ ପୁରସ୍କାର ବଣ୍ଟନ କରାଯାଇସାରିଲାଣି। ଉକ୍ତ ସ୍କିମ୍‌ର ପ୍ରାଥମିକ ଲକ୍ଷ୍ୟ ହେଉଛି ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ଏବଂ ବିଲ୍‌ର ପ୍ରଭାବୀ ପରିଚାଳନା କରି ଗ୍ରାହକମାନଙ୍କୁ ଉଲ୍ଲେଖନୀୟ ରିୱାର୍ଡ ଜିତିବାର ସୁଯୋଗ ଦେବା। ସେହିପରି ‘ବିଲ୍‌ ପେ ଆଣ୍ଡ୍‌ ୱିନ୍‌’ ସ୍କିମ୍‌ ବିଷୟରେ ଅନୁସନ୍ଧାନ କରିବା ଲାଗି ଗ୍ରାହକମାନେ ୧୯୧୨ କିମ୍ବା ୧୮୦୦-୩୪୫-୭୧୨୨ରେ କଲ୍‌ କରିପାରିବେ।

Share