Posted inଜାତୀୟ

ସରକାରୀ ନିଯୁକ୍ତି ପରୀକ୍ଷାରେ ଜାଲିଆତି ରୋକିବାକୁ ବିଲ୍‌

ନୂଆଦିଲ୍ଲୀ,୬ା୨(ପି.ଟି.):ସରକାରୀ ନିଯୁକ୍ତି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌, ଜାଲ୍‌ ଓ୍ବେବ୍‌ସାଇଟ୍‌ ଭଳି ବେଆଇନ ଆଚରଣ ରୋକିବା ପାଇଁ କେନ୍ଦ୍ର ସରକାର ସୋମବାର ଲୋକ ସଭାରେ ଏକ ବିଲ୍‌ ଆଣିଛନ୍ତି। ଏଥିରେ ସର୍ବନିମ୍ନ ୩ ବର୍ଷରୁ ସର୍ବାଧିକ ୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି। କେନ୍ଦ୍ର ସରକାର ଏବଂ ଏହାର ଏଜେନ୍ସିଗୁଡ଼ିକ ଦ୍ୱାରା ପରିଚାଳିତ ସରକାରୀ ନିଯୁକ୍ତି ପରୀକ୍ଷାରେ ବିଭିନ୍ନ ସଂସ୍ଥା ଦ୍ୱାରା ଅସଦ୍‌ ଉପାୟ ଗ୍ରହଣ କରାଯିବା ସହ ଅପରାଧ କରାଯାଉଥିଲେ ମଧ୍ୟ ଏହାକୁ ରୋକିବା ଲାଗି କୌଣସି ନିର୍ଦ୍ଦିଷ୍ଟ ଆଇନ ନ ଥିଲା। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଲୋକ ସଭାରେ ପବ୍ଲିକ୍‌ ଏକ୍ଜାମିନେଶନ୍ସ (ପ୍ରିଭେନ୍‌ଶନ ଅଫ୍‌ ଅନ୍‌ଫେୟାର ମିନ୍ସ) ବିଲ୍‌, ୨୦୨୪ ଆଗତ କରିଛନ୍ତି। ପ୍ରଶ୍ନପତ୍ର କିମ୍ବା ଉତ୍ତର ଖାତା ଲିକ୍‌ ହେବା, ପରୀକ୍ଷାରେ ବେଆଇନ ଭାବେ ପ୍ରାର୍ଥୀଙ୍କୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ସହାୟତା କରିବା ଏବଂ ଜଣେ ବ୍ୟକ୍ତି କିମ୍ବା ଗୋଟିଏ ଗୋଷ୍ଠୀ ଅଥବା ଅନୁଷ୍ଠାନ ଦ୍ୱାରା କମ୍ପ୍ୟୁଟର ନେଟ୍‌ଓ୍ବର୍କ କିମ୍ବା କମ୍ପ୍ୟୁଟର ରିସୋର୍ସ ବା କମ୍ପ୍ୟୁଟର ସିଷ୍ଟମରେ ଜାଲିଆତି ରୋକିବା ପାଇଁ ଏହି ବିଲ୍‌ ଉଦ୍ଦିଷ୍ଟ। ସେହିପରି ଟଙ୍କା ପାଇଁ କିମ୍ବା ଠକେଇ ଲାଗି ଜାଲ୍‌ ଓ୍ବେବ୍‌ସାଇଟ ପ୍ରସ୍ତୁତ କରିବା, ଜାଲ୍‌ ପରୀକ୍ଷା ପରିଚାଳନା, ଠକିବା ବା ଟଙ୍କା ପାଇବା ପାଇଁ ଜାଲ୍‌ ଆଡମିଟ୍‌ କାର୍ଡ ଅଥବା ଅଫର ଲେଟର ଇସ୍ୟୁ କରିବା, ପରୀକ୍ଷା ହଲ୍‌ରେ ସିଟ୍‌ ବ୍ୟବସ୍ଥାରେ ଜାଲିଆତି, ପରୀକ୍ଷାରେ ବେଆଇନ କାର୍ଯ୍ୟ କରିବା ଲାଗି ସୁବିଧା ଦେବାକୁ ପ୍ରାର୍ଥୀଙ୍କୁ ତାରିଖ ଓ ସିଫ୍ଟ ସମ୍ପର୍କରେ ଜଣାଇବା ମଧ୍ୟ ପ୍ରସ୍ତାବିତ ଆଇନରେ ଦଣ୍ଡନୀୟ ଅପରାଧ।
ଏଭଳି ଅପରାଧରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସର୍ବନିମ୍ନ ୩ ବର୍ଷରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହ ୧୦ ଲକ୍ଷ ଟଙ୍କା ଯାଏ ଜରିମାନା କରାଯିବ। ପରୀକ୍ଷା ପରିଚାଳନାରେ ନିୟୋଜିତ ସେବା ପ୍ରଦାନକାରୀ ସଂସ୍ଥା ଉପରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯିବା ସହ ପରୀକ୍ଷା ଖର୍ଚ୍ଚ ଆଦାୟ କରାଯିବ। ଉକ୍ତ ସେବା ପ୍ରଦାନକାରୀ ସଂସ୍ଥାକୁ ୪ ବର୍ଷ ପର୍ଯ୍ୟନ୍ତ କୌଣସି ପରୀକ୍ଷା ପରିଚାଳନା ପାଇଁ ଅନୁମତି ମିଳିବ ନାହିଁ। ବିଲ୍‌ରେ ସେବା ପ୍ରଦାନକାରୀ ଅର୍ଥ କୌଣସି ସଂସ୍ଥା, ସଂଗଠନ, ଅନୁଷ୍ଠାନ, ବ୍ୟବସାୟିକ ସଂସ୍ଥା, କମ୍ପାନୀ, ସହଭାଗୀ ସଂସ୍ଥା କିମ୍ବା ଏକକ ମାଲିକାନାରେ ଥିବା ସଂସ୍ଥା, ସବ୍‌କଣ୍ଟ୍ରାକ୍ଟର, କମ୍ପ୍ୟୁଟର ରିସୋର୍ସ ବା କୌଣସି ଉପକରଣରେ ସହାୟତା ପ୍ରଦାନକାରୀ ଆଦି ଅନ୍ତର୍ଭୁକ୍ତ, ଯେଉଁମାନେ ସରକାରୀ ପରୀକ୍ଷା ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ପରୀକ୍ଷା ପରିଚାଳନାରେ ନିୟୋଜିତ ହୋଇଥିବେ। ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ସଂଗଠିତ ଗ୍ୟାଙ୍ଗ୍‌, ମାଫିଆ ତତ୍ତ୍ୱଙ୍କୁ ଚିହ୍ନଟ କରିବା ଓ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବିଲ୍‌ରେ ବ୍ୟବସ୍ଥା ରହିଛି। ସେମାନଙ୍କ ସହ ସରକାରୀ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଥିଲେ ସେମାନଙ୍କୁ ମଧ୍ୟ ଛଡ଼ାଯିବ ନାହିଁ। ବିଶ୍ୱାସଯୋଗ୍ୟ ହୋଇ ନ ଥିବା କିମ୍ବା ସରକାରୀ ପରୀକ୍ଷା ସମ୍ବନ୍ଧୀୟ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତି, ଯିଏକି ପ୍ରାର୍ଥୀ ହୋଇ ନ ଥିବେ, ସେମାନଙ୍କୁ ପରୀକ୍ଷା କେନ୍ଦ୍ର ମଧ୍ୟକୁ ଯିବାକୁ ଅନୁମତି ଦିଆଯିବ ନାହିଁ। ସରକାରୀ ପରୀକ୍ଷାରେ ବେଆଇନ କାର୍ଯ୍ୟକଳାପ ଯୋଗୁ ତାହା ବାତିଲ ଏବଂ ବିଳମ୍ବିତ ହେବା ସହ ଲକ୍ଷ ଲକ୍ଷ ଯୁବତୀଯୁବକ ପ୍ରଭାବିତ ହେଉଛନ୍ତି। ତେଣୁ ପରୀକ୍ଷା ପରିଚାଳନାରେ ସର୍ବାଧିକ ସ୍ବଚ୍ଛତା ଓ ବିଶ୍ୱସନୀୟତା ଆଣିବା ଉକ୍ତ ବିଲ୍‌ର ଉଦ୍ଦେଶ୍ୟ। ପ୍ରସ୍ତାବିତ ଆଇନରେ ଥିବା ଅପରାଧଗୁଡ଼ିକର ତଦନ୍ତ ଜଣେ ଡିଏସପି କିମ୍ବା ଏସିପିଙ୍କଠାରୁ କମ୍‌ ପାହ୍ୟାର ଅଫିସର କରିବେ ନାହିଁ।
କେନ୍ଦ୍ର ଜନସେବା ଆୟୋଗ(ୟୁପିଏସ୍‌ସି), ଷ୍ଟାଫ୍‌ ସିଲେକ୍‌ଶନ କମିଶନ (ଏସ୍‌ଏସ୍‌ସି), ରେଲଓ୍ବେ ରିକ୍ରୁଟମେଣ୍ଟ ବୋର୍ଡ (ଆର୍‌ଆର୍‌ବି), ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ବ୍ୟାଙ୍କିଙ୍ଗ ପର୍ସୋନେଲ ସିଲେକ୍ସନ(ଆଇବିପିଏସ୍‌) ଏବଂ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ନିଯୁକ୍ତି ପରୀକ୍ଷା ଉକ୍ତ ବିଲ୍‌ ଅନ୍ତର୍ଭୁକ୍ତ। ସେହିପରି କର୍ମଚାରୀ ନିଯୁକ୍ତି ସହ ସମ୍ପୃତ କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ ବା ବିଭାଗ ଏବଂ ଏହାସହ ସମ୍ପୃକ୍ତ ଅଧସ୍ତନ କାର୍ଯ୍ୟାଳୟ ତଥା କେନ୍ଦ୍ର ସରକାରଙ୍କ ଦ୍ୱାରା ବିଜ୍ଞପିତ କୌଣସି କର୍ତ୍ତୃପକ୍ଷ ପ୍ରସ୍ତାବିତ ଆଇନ ପରିସରଭୁକ୍ତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ଚୁକ୍ତିକୁ ନେଇ ଜୟଶଙ୍କର କହିଲେ ସଫଳତା ପଛରେ…

ପୁଣେ,୨୬ା୧୦: ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍‌ଏସିରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ଉଭୟ ଭାରତ ଓ...

ଖାଲିଟାରେ ଗର୍ଜୁ ନାହାଁନ୍ତି ଗିରିରାଜ…

ପାଟନା,୨୬।୧୦: ବିହାରରେ ଯେଉଁ ଆଡେ ନଜର ପକାଇଲେ ଦେଖିବେ, ଆଜିକାଲି କେବଳ ଭାଜପାର ଫାୟାର ବ୍ରାଣ୍ଡ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ‘ହିନ୍ଦୁ...

ଭାରତ ଆଡକୁ କାହିଁକି ଆକର୍ଷିତ ହେଉଛି ବିଶ୍ୱ? ଜୟଶଙ୍କର ଦେଲେ ଏମିତି ଜବାବ

ପୁଣେ,୨୬।୧୦: ଶନିବାର ଅର୍ଥାତ୍‌ ଅକ୍ଟୋବର ୨୬ରେ ପୁଣେରେ ଛାତ୍ରମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ ଆଜି...

ବାବା ସିଦ୍ଦିକୀ ହତ୍ୟାକାଣ୍ଡର ଖୋଲିଲା ବଡ଼ ଗୁମର, ପୋଲିସ କହିଲା କିଏ ମାମଲାର ମୋଷ୍ଟ ଓ୍ବାଣ୍ଟେଡ

ମୁମ୍ବାଇ,୨୬।୧୦: ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଏକ ବଡ଼ ଥା ସାମ୍ନାକୁ ଆସିଛି। ଏହି ହତ୍ୟା ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ...

ସ୍ବାମି ଅଭିମୁକ୍ତେଶ୍ୱରାନନ୍ଦଙ୍କଠାରୁ ଆଶୀର୍ବାଦ ନେଲେ ପରିଣିତି-ରାଘବ

ନୂଆଦିଲ୍ଲୀ,୨୬।୧୦: ଶନିବାର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ମହାରାଜ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ରାଘବ ଚଢା ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ...

ବିମାନକୁ ବୋମା ଧମକ ପରେ ସହାୟତା ଲୋଡ଼ିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬ା୧୦: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଶନିବାର ବିମାନ କମ୍ପାନୀଗୁଡ଼ିକ ପ୍ରତିଦିନ ବୋମା ଧମକ ଦେଉଥିବା ଗୁଜବ ସମ୍ପର୍କରେ ଏକ ଆଡ୍‌ଭାଇଜରି ଜାରି...

ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି ୟୁପିର ବିଧାୟକ!

ମୁମ୍ବାଇ,୨୬।୧୦: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏପର୍ଯ୍ୟନ୍ତ ଅନେକ ରାଜନେତାଙ୍କୁ ଟାର୍ଗେଟ କରି ହତ୍ୟା କରିନ୍ତି। ନିକଟରେ ମୁମ୍ବାଇରେ ବାବା ସିଦ୍ଦିକୀଙ୍କ ହତ୍ୟା ମାମଲା ସମଗ୍ର ଦେଶରେ...

ଝାଡ଼ଖଣ୍ଡ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ମହେନ୍ଦ୍ର ସିଂ ଧୋନୀ

ନୂଆଦିଲ୍ଲୀ,୨୬।୧୦: ନିର୍ବାଚନ ମଇଦାନରେ ନଜର ଆସିବେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ନିକଟରେ ହେବାକୁ ଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ତାଙ୍କୁ ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri