Categories: ଜାତୀୟ

କୃଷି ଆଇନ ପ୍ରତ୍ୟାହାର ବିଲ୍‌ ଲୋକସଭାରେ ପାରିତ…

ନୂଆଦିଲ୍ଲୀ,୨୯।୧୧: ସଂସଦର ଶୀତକାଳୀନ ଅଧିବେଶନରେ କୃଷି ଆଇନ ପ୍ରତ୍ୟାହାର ବିଲ୍‌ ଲୋକସଭାରେ ସୋମବାର ପାରିତ ହୋଇଛି। ବିନା ଚର୍ଚ୍ଚାରେ ପ୍ରତ୍ୟାହାର ବିଲ୍‌କୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ବିଲ୍‌ ଆଗତ ହେବାର କିଛି ମିନିଟ୍‌ ମଧ୍ୟରେ ଏହା ପାରିତ ହୋଇଥିଲା। ତେବେ ଲୋକସଭାରେ କଂଗ୍ରେସ ପକ୍ଷରୁ ଏମ୍‌ପି ଅଧିର ରଞ୍ଜନ ଚୌଧୁରୀ ଏହା ଉପରେ ଚର୍ଚ୍ଚା କରିବା ଲାଗି ଦାବି କରିଛନ୍ତି।

ଏହା ପରେ ବିଲ୍‌କୁ ରାଜ୍ୟ ସଭାରେ ଆଗତ କରାଯିବ। ରାଜ୍ୟ ସଭାରେ ମଧ୍ୟ ଏହା ବିନା ଚର୍ଚ୍ଚାରେ ଧ୍ୱନୀମତରେ ପାରିତ ହେବାର ଆଶା ରହିଛି।

ଲୋକ ସଭାରେ କୃଷି ଆଇନ ପ୍ରତ୍ୟାହାର ବିଲ୍‌ ପାରିତ ହେବା ନେଇ ସମାଜବାଦୀ ଏମ୍‌ପି ଶଫିକ୍‌ ଉର୍‌ ରହେମାନ ଓ୍ବର୍କ କହିଛନ୍ତି ଯେ, କେନ୍ଦ୍ର ସରକାର ନିଜ ଇଛାରେ କୃଷି ଆଇନ୍‌ ଆଣିଥିବାବେଳେ ଏବେ ଏହାକୁ ନିଜ ଇଛାରେ ରଦ୍ଦ କରୁଛନ୍ତି।

ଏହାର ଉତ୍ତରରେ ଭାଜପା ଏମ୍‌ପି ପ୍ରବେଶ ବର୍ମା କହିଛନ୍ତି ଯେ, କୃଷି ଆଇନ ଏବେ ପ୍ରତ୍ୟାହାର କରାଯାଉଛି। ତେଣୁ ଏବେ ଏହାକୁ ନେଇ ରାଜନୀତି ହେବା ଉଚିତ ନୁହେଁ।

Share